www.samajalive.in
Monday, December 8, 2025
27.1 C
Bhubaneswar

କରୋନା କାଳରେ ବିଦ୍ୟାର୍ଥୀଙ୍କ ସାହାରା ‘ମଧୁ’ ଆପ୍

ଛତ୍ରପୁର : ଗଞ୍ଜାମ ଜିଲାପାଳଙ୍କ ନିର୍ଦେଶରେ ତତ୍କାଳୀନ ଜିଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡାଙ୍କ ତତ୍ତ୍ବାବଧାନରେ ପ୍ରସ୍ତୁତ ଶିକ୍ଷାଦାନ ସଂକ୍ରାନ୍ତ ‘ମଧୁ’ ଆପ କରୋନା କାଳରେ ଓଡ଼ିଶାର ଛତ୍ରଛାତ୍ରୀଙ୍କ ପଠାପଢା ପାଇଁ ବେଶ ସହାୟକ ହୋଇପାରିଛି। କରୋନା ମହାମାରୀ ସମୟରେ ଶ୍ରେଣୀଗୃହ ଶିକ୍ଷାଦାନ ବନ୍ଦ ରହିଛି। ଏହାର ବଦଳରେ ଅନଲାଇନ୍ ଶିକ୍ଷା ପ୍ରଚଳନ କରାଯାଇଛି। ଗଞ୍ଜାମରୁ ପ୍ରସ୍ତୁତ ଓଡିଶା ସରକାରଙ୍କ ଅନଲାଇନ୍ ଶିକ୍ଷା ପ୍ଲାଟଫର୍ମ ‘ମଧୁ’ ଆପ୍ ରାଜ୍ୟବ୍ୟାପି ବେଶ୍ ଆଦୃତ ହେବାରେ ଲାଗିଛି। ଗଞ୍ଜାମ ଜିଲା ପ୍ରଶାସନ ଦ୍ୱାରା ମୋବାଇଲ୍ ‘ମଧୁ’ ଆପ୍୍ର ପରିକଳ୍ପନା କରାଯାଇଥିଲା। ୨୦୧୯ରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂରେ ଏହି ଆପର ଶୁଭାରମ୍ଭ କରିଥିଲେ । ଓଡିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ମଧୁଆପ୍ ମାତୃଭାଷା ଆଧାରିତ ଭର୍ଚୁଆଲ ଶ୍ରେଣୀଗୃହର ସୁବିଧା ପ୍ରଦାନ କରିଥାଏ । ବର୍ଷକ ମଧ୍ୟରେ ରାଜ୍ୟର ଶିକ୍ଷକ ଓ ଛାତ୍ର ମହଲରେ ମଧୁ ଆପ୍ ବେଶ୍ ଲୋକପ୍ରିୟ ହୋଇପାରିଛି । ଆପ୍‌ର ଶୁଭାରମ୍ଭର ୪ ମାସ ପରେ ଲକଡାଉନ ଅାରମ୍ଭ ହୋଇଯାଇଥିଲା। ମାର୍ଚ୍ଚ ମାସରୁ କରୋନା କାରଣରୁ ଲକଡାଉନ ଓ ସଟଡାଉନ ଯୋଗୁ ରାଜ୍ୟର ସବୁ ସ୍କୁଲ ବନ୍ଦ ରହିଥିବାରୁ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଫଳରେ ଭର୍ଚୁଆଲ ଶ୍ରେଣୀ ଜରିଆରେ ପିଲାମାନେ ଏବେ ପାଠ ପଢୁଛନ୍ତି । ଇ-ଲର୍ଣ୍ଣିଂ ବା ଡିଜିଟାଲ୍ ଲର୍ଣ୍ଣିଂ ଏବେ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ଅଂଶ ହୋଇଯାଇଛି। ପଞ୍ଚମରୁ ଦଶମ ଶ୍ରେଣୀ ଯାଏଁ ସଂପୂର୍ଣ୍ଣ ପାଠ୍ୟକ୍ରମ ଆପ୍‌ରେ ଉପଲବ୍ଧ ରହିଛି । ପ୍ରମୁଖ ଶିକ୍ଷାବିତଙ୍କ ଦ୍ୱାରା ଭିଡିଓ ଲେକ୍ଚର ଓ ଏକ୍ସସରସାଇଜ ଏଥିରେ ରହିଛି । ଡ୍ରାଇଭ୍ ଫର୍ ରେଜଲ୍ଟ ଏନହାନସମେଣ୍ଟ ଇନ୍ ଆନୁଏଲ୍ ମାଟ୍ରିକ୍ୟୁଲେସନ ଏକଜାମିନେସନ( ଡ୍ରିମ ) ଅଧୀନରେ ଅଭ୍ୟାସମୂଳକ ପରୀକ୍ଷା ବି ଏହି ଆପ୍ ଜରିଆରେ ଉପଲବ୍ଧ। ଆପ୍‌ ପାଇଁ ଶିକ୍ଷକ ସମେତ ପେଶାଦାର ଭିଡିଓ ଡକ୍ୟୁମେଣ୍ଟେସନ ଟିମ୍ ମଧ୍ୟ ଲେକଚର୍ ଭିଡିଓ ପ୍ରସ୍ତୁତିରେ ନିୟୋଜିତ ହୋଇଛନ୍ତି। ମଧୁ ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଦିନକୁ ଏହି ଆପକୁ ୭୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ବ୍ୟବହାର କରୁଛନ୍ତି। ଏହି ଆପ୍‌କୁ ସାଢେ ତିନି କୋଟି ସେସନରେ ୨ କୋଟି ୭୦ ଲକ୍ଷ ଥର ଡାଉନଲୋଡ୍ କରାଯାଇଛି । ୮ ଲକ୍ଷରୁ ଅଧିକ ଶିକ୍ଷା ଭିଡିଓ ଆପ୍ ଜରିଆରେ ଡାଉନଲୋଡ୍ ହୋଇଛି । ପ୍ରାୟ ୮ ଲକ୍ଷ ଛାତ୍ରଛାତ୍ରୀ ଭର୍ଚୁଆଲ ଟେଷ୍ଟ୍ ନେଇଥିବା ସୂଚନା ମିଳିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories