www.samajalive.in
Thursday, December 11, 2025
23.1 C
Bhubaneswar

ଏଭଳି ବାସ୍ତୁ ଉପାୟ ବିଷୟରେ ଜାଣିଛନ୍ତି କି ?

ଅଶୋକ ଓ ନଡ଼ିଆ ଗଛକୁ ବହୁତ ଶୁଭ ବୃକ୍ଷ କୁହାଯାଏ। ନିଜ ନାମ ଅନୁଯାୟୀ ଅଶୋକ ପ୍ରସନ୍ନତା ଦେଇ, ଦୁଃଖ ଦୂର କରିଥାଏ। ମାନ୍ୟତା ଅନୁଯାୟୀ, ଏହି ବୃକ୍ଷ ସଦସ୍ୟଙ୍କ ମଧ୍ୟ ସେହ୍ନଶ୍ରଦ୍ଧା ବୃଦ୍ଧି କରିଥାଏ।
ଯେଉଁ ବୃକ୍ଷର ପତ୍ର କିମ୍ବା ଫୁଲ ତୋଳିବା ସମୟରେ ସେଥିରୁ କ୍ଷୀର ଭଳି ପଦାର୍ଥ ବାହାରେ ସେହି ବୃକ୍ଷକୁ ନିଜ ବଗିଚାରେ ଲଗାନ୍ତୁ ନାହିଁ। ସେଭଳି ବୃକ୍ଷ ଥିଲେ ଧନସମ୍ପତ୍ତି କ୍ଷୟ ହୋଇଥାଏ।
ବାସ୍ତୁ ଅନୁଯାୟୀ, ତୁଳସୀ, କଦଳୀ, ଚମ୍ପା, ଚମେଲୀ ଆଦିକୁ ଶୁଭ ବୃକ୍ଷ କୁହାଯାଏ। କଦଳୀ ବୃକ୍ଷକୁ ଐଶାନ୍ୟ କୋଣରେ ଲଗାଇବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
କଦଳୀ ବୃକ୍ଷ ନିକଟରେ ତୁଳସୀ ଗଛ ଲଗାଇଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ଭଗବାନ ବିଷ୍ଣୁଙ୍କ ସହ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।
ବାସ୍ତୁ ଅନୁଯାୟୀ, ଯଦି ବୃକ୍ଷଲତା ସଠିକ ଭାବେ ନ ଲଗାଯାଏ ତେବେ ଘରର ମୁରବିଙ୍କ ସମେତ ଅନ୍ୟ ସଦସ୍ୟଙ୍କ ମାନସିକ, ଶାରିରୀକ ଓ ଆର୍ଥିକ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
ଯଦି ଆପଣଙ୍କର ଅଯଥାରେ ଧନ ଖର୍ଚ୍ଚ ହେଉଥିବ , ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ କରି ରଖିପାରୁ ନାହାନ୍ତି, ତେବେ ଏଭଳି ସମସ୍ୟରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମହୁ ରଖିବା ଉଚିତ। ମହୁରେ ଥିବା ସକରାତ୍ମକ ଶକ୍ତି ଘରର ନକରାତ୍ମକ ଶକ୍ତିକୁ ଦୂର କରିଥାଏ। ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।
ଶନିଙ୍କ ପ୍ରଭାବ କମ ହୋଇଥାଏ –
ଗୃହରେ ମହୁ ରଖିବା ଦ୍ୱାରା ଶନିଦେବ ଖୁସି ହୋଇଥାଆନ୍ତି। ତାଙ୍କ କୃପା ସର୍ବଦା ପରିବାର ଉପରେ ରହିଥାଏ। ଶନିଙ୍କ କୌଣସି କୁପ୍ରଭାବ ଗୃହରେ ପଡ଼ିନଥାଏ। ଜାତକରେ ଶନିଙ୍କ ସ୍ଥିତି ମଧ୍ୟ ଭଲ ରହେ।
ସନ୍ତାନଙ୍କ ସହ ଜଡ଼ିତ ସମସ୍ୟା ଦୂର ହୋଇଥାଏ –
ଶନିବାର ଦିନ ଶନିଙ୍କ ନିକଟରେ କଳା ବିରିରେ ଦହି ଓ ମହୁ ମିଶାଇ ଭୋଗ କରନ୍ତୁ। ଏପରି କରିବା ଦ୍ୱାରା ପରିବାରରେ ଶାନ୍ତି, ସନ୍ତାନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ମନ ଶାନ୍ତି ରହିଥାଏ –
ଯଦି ଆପଣଙ୍କ ମନରେ ସର୍ବଦା କୁଚିନ୍ତା ଓ ମନ ଅଶାନ୍ତ, ଗୃହରେ କଳହ ଲାଗି ରହୁଥାଏ, ତେବେ ଘରର ସମସ୍ତ ସଦସ୍ୟ କିଛି ପରିମାଣରେ ମହୁ ଖାଆନ୍ତୁ। ଏପରି କରିବା ଦ୍ୱାରା ଏହି ସମସ୍ତ ସମସ୍ୟା ଦୂର ହୋଇଥାଏ।
ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ –
ମହୁ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଏହା ଓଜନ ହ୍ରାସ କରିବା ସହ ମୁହଁର ଚମକ ବୃଦ୍ଧି କରିଥାଏ।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories