www.samajalive.in
Thursday, December 11, 2025
27.1 C
Bhubaneswar

ଦୀର୍ଘ ସମୟ ପରେ ବଜାର ପ୍ରବେଶ କଲା ମାଇକ୍ରୋମାକ୍ସର ଦୁଇଟି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ମାଇକ୍ରୋମାକ୍ସ ଏହାର ଦୁଇଟି ସ୍ମାର୍ଟଫୋନ୍ ଭାରତୀୟ ବଜାରରେ ଲଞ୍ଚ କରିଛି। ମାଇକ୍ରୋମାକ୍ସ ଏହି ସିରିଜ୍ ଅଧୀନରେ ଭାରତରେ ମାଇକ୍ରୋମାକ୍ସ ଇନ୍ ନୋଟ୍ -୧ (Micromax IN Note 1) ଏବଂ ମାଇକ୍ରୋମାକ୍ସ ଇନ ୧ ବି (Micromax IN 1b) ଲଞ୍ଚ କରିଛି। ଏହି ଦୁଇଟି ଫୋନରେ ୫୦୦୦ ଏମଏଚର ବ୍ୟାଟେରୀ ସହିତ ମିଡିଆଟେକ ହେଲିଓ ସିରିଜର ଏକ ଜବରଦସ୍ତ ପ୍ରୋସେସର ଦିଆଯାଇଛି। ମାଇକ୍ରୋମାକ୍ସ ଇନ ସିରିଜର ପ୍ରାରମ୍ଭିକ ମୂଲ୍ୟ ହେଉଛି ୬,୯୯୯ ଟଙ୍କା ରହିଛି।

- Advertisement -

ମାଇକ୍ରୋମାକ୍ସ ଇନ ୧ବିର ପ୍ରାରମ୍ଭିକ ମୂଲ୍ୟ ହେଉଛି ୬,୯୯୯ ଟଙ୍କା । ଏଥିରେ ୨ଜିବା ରାମ ସହିତ ୩୨ ଜିବି ଷ୍ଟୋରେଜ୍ ଉପଲବ୍ଧ ଥିବାବେଳେ ଏହି ଫୋନର ୪ଜିବି ରାମ ଓ ୬୪ ଜିବି ଷ୍ଟୋରେଜ୍ ମୂଲ୍ୟ ୭,୯୯୯ ଟଙ୍କା ରହିଛି। ମାଇକ୍ରୋମାକ୍ସ ଇନ୍ ନୋଟ୍ ୧ ର ୪ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ୍ ମୂଲ୍ୟ ୧୦,୯୯୯ ଟଙ୍କା ରହିଛି। ସେହିପରି ଏହାର ୬ଜିବି ରାମ ଓ ୬୪ ଜିବି ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି । ଫୋନ୍ ବିକ୍ରୟ ନଭେମ୍ବର ୨୪ରୁ ମାଇକ୍ରୋମାକ୍ସର ୱେବସାଇଟ୍ ଏବଂ ଫ୍ଲିପକାର୍ଟରେ ହେବ।

ମାଇକ୍ରୋମାକ୍ସ ଇନରେ ୬.୭ ଇଞ୍ଚର ଫୁଲ୍ ଏଚଡି ଡିସପ୍ଲେ ଅଛି । ଏହା ବ୍ୟତୀତ, ଏହି ଫୋନରେ ମିଡିଆଟେକ ହେଲିଓ ଜି୮୫ର ପ୍ରୋସେସର ଦିଆଯାଇଛି। ଏହି ଫୋନରେ ୪୮ ମେଗାପିକ୍ସେଲର ମୁଖ୍ୟ ଲେନ୍ସ ସହିତ ଚାରୋଟି ପଛ କ୍ୟାମେରା ରହିଛି । ଦ୍ୱିତୀୟଟି ୫ମେଗାପିକ୍ସେଲର ଓ୍ବାଇଡ ଲେନ୍ସ ରହିଛି। ସେହିପରି ତୃତୀୟଟି ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ ଏବଂ ଚତୁର୍ଥ ଲେନ୍ସ ମଧ୍ୟ ୨ ମେଗାପିକ୍ସେଲର ଢେଫଥ୍ ସେନସର ଦିଆଯାଇଛି। ସେଲଫି ପାଇଁ ଏହି ଫୋନରେ ୧୬ ମେଗାପିକ୍ସେଲର ଲେନ୍ସ ଦିଆଯାଇଛି। ଏହା ବ୍ୟତୀତ ଫୋନରେ ୫୦୦୦ ଏମଏଚ ବ୍ୟାଟେରୀ, ୪ଜି, ୱାଇ-ଫାଇ, ଟାଇପ୍-ସି ଚାର୍ଜିଂ ପୋର୍ଟ ଏବଂ ୩.୫ ମିମି ହେଡଫୋନ୍ ଜ୍ୟାକ୍ ଅଛି ।

ମାଇକ୍ରୋମାକ୍ସ ଇନ ୧ବିରେ ୬.୫୨ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ଅଛି। ଏହା ବ୍ୟତୀତ ଏହି ଫୋନରେ ମିଡିଆଟେକ ହେଲିଓ ଜି୩୫ର ପ୍ରୋସେସର ଦିଆଯାଇଛି। ଏହି ଫୋନରେ ଏକ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଅଛି ଯେଉଁଥିରେ ଗୋଟିଏ ଲେନ୍ସ ୧୩ ମେଗାପିକ୍ସେଲ ଏବଂ ଅନ୍ୟଟି ୨ ମେଗାପିକ୍ସେଲ ଦିଆଯାଇଛି। ସେଲଫି ପାଇଁ ର ୮ ମେଗାପିକ୍ସେଲର କ୍ୟାମେରା ରହିଛି। ଏହି ଫୋନରେ ମଧ୍ୟ ୫୦୦୦ ଏମଏଚ ବ୍ୟାଟେରୀ ଦିଆଯାଇଛି। ଏହାସହ ଏଥିରେ ୧୦ ୱାଟର ଫାଷ୍ଟ ଚାର୍ଜର ରହିଛି।

 

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories