www.samajalive.in
Monday, December 8, 2025
17.1 C
Bhubaneswar

ଗଞ୍ଜେଇ କଟା ଅଭିଯାନର ଦ୍ୱିତୀୟ ଦିନ, କଟାହେଲା ୧୪୦ ଏକର

ଫୁଲବାଣୀ: କନ୍ଧମାଳ ଜିଲାରେ ପୁଲିସ୍‍ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଗଛ କଟା ଅଭିଯାନ ଜାରି ରହିଛି। ପ୍ରଥମ ଦିନ ଗୋଛାପଡ଼ା ଥାନା ଅଞ୍ଚଳରେ ୧୩୫ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ପବିଙ୍ଗିଆ, ସାଇତିଙ୍ଗିଆ ଓ ମଗମୁଣ୍ଢା ଆଦି ଗ୍ରାମର ବିଭିନ୍ନ ଜଙ୍ଗଲରେ ବେଆଇନ ଲାବେ ଲାଗିଥିବା ପ୍ରାୟ ୧୪୦ ଏକର ଜମିରୁ ଗଞ୍ଜେଇ ଗଛକାଟି ନଷ୍ଟ କରି ଦିଆଯାଇଥିବା ଏସ୍‍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି। ଏନେଇ ଫିରିଙ୍ଗିଆ ଥାନାରେ କେସ ନଂ ୯୩/୨୦ରେ ଏକ ମାମଲା ରୁଜୁକରାଯାଇ ଅଧିକ ତଦନ୍ତ ଚାଲିଥିବା ବେଳେ ୨ ପ୍ଳାଟୁନ୍‍ ପୋଲିସ୍‍ ଫୋର୍ସ , ଅବକାରୀ ବିଭାଗର କର୍ମଚାରୀ, ମାଜିଷ୍ଟ୍ରେଟ୍‍ ଓ ଶ୍ରମିକମାନେ ଏହି କଟେଇରେ ସାମିଲ୍‍ ହୋଇଥିଲେ। ଏହି ଅଭିଯାନ ଆଗାମି ଦିନରେ ମଧ୍ୟ ଚାଲୁ ରହିବା ବୋଲି ଥାନା ସୂତ୍ରରୁ ପ୍ରକାଶ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories