www.samajalive.in
Monday, December 8, 2025
27.1 C
Bhubaneswar

କାର୍ତ୍ତିକ ପୂଜା ପାଇଁ ହେଲା ମାଟି ଅନୁକୁଳ

ବାଙ୍କୀ(ଡମପଡ଼ା): ପବିତ୍ର କାର୍ତ୍ତିକ ମାସ ଅବସରରେ ଅଁଳା ନବମୀ ଠାରୁ ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ରଗଡି ଗ୍ରାମରେ ଦେବସେନାପତି କୁମାର କାର୍ତ୍ତିକେୟଙ୍କର ପୂଜା ଉତ୍ସବ ବହୁ ଆଡମ୍ବର ସହକାରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର କୋଭିଡ କଟକଣା ପାଇଁ ବିଭିନ୍ନ ପୂଜା ମଣ୍ଡପ ତରଫରୁ ଏହାକୁ ନିରାଡମ୍ବର ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ କେବଳ ଦେବସେନାପତିଙ୍କ ପୂଜା ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପାଦିତ ହେବାକୁ ଯାଉଥିବା ବେଳେ ସାଜସଜ୍ଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି। ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ଆଜି ବ୍ରାହ୍ମଣ ସାହି ପୂଜା କମିଟି ତରଫରୁ ମାଟି ଅନୁକୁଳ କରାଯାଇଛି। ପୂଜା କମିିଟିର ସଭାପତି ପ୍ରଶାନ୍ତ କୁମାର ମହାପାତ୍ରଙ୍କ ପୌରାହିତରେ ସଦସ୍ୟମାନେ ସାମାଜିକ ଦୂରତା ରକ୍ଷାକରି ସ୍ଥାନୀୟ ଛେଳିଆଗାଡିଆ ମୁଣ୍ଡିଆ ପାଦଦେଶରୁ ପୂଜାର୍ଚ୍ଚନା ପୂର୍ବକ ମାଟି ଅନୁକୁଳ କରିଥିଲେ।

ପରେ ପବିତ୍ର ମାଟିକୁ ଶଙ୍ଖୁଳିବା ସହିତ ଶୋଭାଯାତ୍ରାରେ ପୂଜା ମଣ୍ଡପରେ ଆଣି ସ୍ଥାପନା କରାଯାଇଥିବା ଜଣାଯାଇଛି। ଏହାପରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଇନ୍ଦ୍ରମଣି ମହାପାତ୍ର ମାଟିକୁ ପୂଜାର୍ଚ୍ଚନା ପରେ ପୂଜାକମିଟିର ସଭ୍ୟ ବିକାଶ କୁମାର ମହାପାତ୍ର, ଦୀପ୍ତିରଞ୍ଜନ ମହାପାତ୍ର, ସନ୍ତୋଷ କୁମାର ମହାପାତ୍ର, ସତ୍ୟନାରାୟଣ ମହାପାତ୍ର, ମାନସ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories