www.samajalive.in
Monday, December 8, 2025
14.1 C
Bhubaneswar

ରବିବାର ରାଶିଫଳ( ୦୧-୧୧-୨୦୨୦ )

ମେଷ: ବାରମ୍ବାର ସାକ୍ଷାତ କରି ଶତ୍ରୁକୁ ବଶ କରିପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ସୁସ୍ଥ ରହିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ରୁଚିକର ଭୋଜନ ମିଳିବ।

ବୃଷ: ଅଧିକ ବ୍ୟୟର ସମ୍ମୁଖୀନ ହେବେ। କର୍ମଚଞ୍ଚଳ ରହିବେ। ନିରୋଳାରେ ସମୟ ବିତାଇବାକୁ ଇଚ୍ଛା କରିବେ। ମଧୁର ସମ୍ବୋଧନ କରି ଶତ୍ରୁକୁ ବଶ କରି ପାରନ୍ତି। ଜ୍ଞାନର ଭଣ୍ଡାର ହୋଇପାରନ୍ତି। ଦୁଃସାହସିକ କାର୍ଯ୍ୟ କରିବେ।

- Advertisement -

ମିଥୁନ: ପରକୁ ଆପଣାର କରିବାରେ ସକ୍ଷମ ହେବେ। ମୂଲ୍ୟବାନ୍‍ ଦ୍ରବ୍ୟ କ୍ରୟ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଆୟ ଆଶାନୁରୂପ ହେବ।

କର୍କଟ: ଶ୍ରମ ସାର୍ଥକ ହେବ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ।

ସିଂହ: ସେବକ ମନୋଭାବର ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ସମୟ ବିତାଇ ପାରନ୍ତି। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

କନ୍ୟା: ପରିଶ୍ରମର ମୂଲ୍ୟ ମିଳିବ। ସ୍ୱାଭିମାନୀ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶତ୍ରୁ ନାଶ କରି ଧନ ଭୋଗ କରିବେ। ଭାସ୍କର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସତର୍କତାର ଦିନ।

ତୁଳା: ପ୍ରୀତି ଲାଭ କରିବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିବାରେ ସକ୍ଷମ ହେବେ। ସମାଜସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗୀତରେ ଚଳିବେ।

ବିଛା: ଶତ୍ରୁର ଉପସ୍ଥିତି ଯୋଗୁଁ କର୍ମଚଞ୍ଚଳ ରହିବେ। ରଣକୌଶଳ ପ୍ରସ୍ତୁତ କରି ଶତ୍ରୁଙ୍କୁ ପରାଜିତ କରିବେ। ମାନସିକ ଶାନ୍ତି ଫେରି ପାଇବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବେ।

ଧନୁ: ପ୍ରତ୍ୟେକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସଫଳ ହେବେ। ଆକସ୍ମିକ ଭାବେ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ପତ୍ନୀ ସୁଶୀଳା ଓ ଆଜ୍ଞାକାରିଣୀ ହେବେ।

ମକର: ସମ୍ମାନିତ ହେବେ। ମନ ଫୁର୍ତ୍ତି ରହିବ। ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକ୍ଷେତ୍ର ପ୍ରତି ଧ୍ୟାନ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହୋଇପାରନ୍ତି।

କୁମ୍ଭ: ଉଚ୍ଚ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ହେବେ। ମିଷ୍ଟଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ଗୁଣବାନ୍‍ ଓ ଚତୁର ହେବେ। ଜ୍ଞାନ, ଗରିମାଯୁକ୍ତ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍‍ ହୋଇପାରନ୍ତି।

ମୀନ: ଆଶାବାଦୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ମଧୁରଭାଷୀ ଓ ସହନଶୀଳ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ଦିଗରୁ ଧନଲାଭ ହେବ। ବ୍ୟବସାୟରୁ ଅଧିକ ଧନଲାଭ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories