www.samajalive.in
Monday, December 8, 2025
17.1 C
Bhubaneswar

ଜଣେ ଶିଶୁ ପାଇଁ ବନ୍ଦ ହେବ ଆମ୍ବଗାଁ ସ୍କୁଲ; ତାତିଲେ ଗ୍ରାମବାସୀ, ଶିକ୍ଷକ ଓ ସିଆରସିସିଙ୍କୁ ପକେଇଲେ ତାଲା

ଚିକିଟି : ସରକାରଙ୍କର ସ୍କୁଲ ମିଶ୍ରଣ ପଦକ୍ଷେପକୁ ବିଭିନ୍ନ ଗ୍ରାମରେ ତୀବ୍ର ବିରୋଧ କରାଯାଉଛି । ଗତକାଲି ବିରକେଖପୁର ଗ୍ରାମରେ ଶିକ୍ଷକ ଓ ଅଧିକାରୀଙ୍କୁ ଅଟକ ରଖିବାର ୧୨ ଘଣ୍ଟା ପରେ ଚିକିଟି ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ବଡପଲଙ୍କ ପରେ ଆମ୍ବଗାଁରେ ତାର ପୁନରାବୃତ୍ତି ଘଟିଛି । ଗ୍ରାମ ସ୍କୁଲ୍ ରେ୪୦ ପିଲା ପରିବେର୍ତ୍ତେ ୩୯ ପିଲା ଥିବାରୁ ସେହି ସ୍କୁଲକୁ ନିକଟସ୍ଥ ଚାନ୍ଦପୁର ସ୍କୁଲରେ ମିଶାଇବା ପାଇଁ ନିର୍ଦେଶ ହୋଇଛି । ମାତ୍ର ଜଣେ ପିଲା ପାଇଁ ଏହି ସ୍କୁଲ ବନ୍ଦ ହେଉଥିବାରୁ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିବାସହ ଏକଜୁଟ ହୋଇଛନ୍ତି ।ଆଜି ପୂର୍ବାହ୍ନରେ ପ୍ରଧାନ ଶିକ୍ଷକ ପ୍ରଭାକର ମିଲିକ ପିଲାଙ୍କୁ ସାର୍ଟିଫିକଟ ଦେବାକୁ ଯାଇଥିବା ବେଳେ ଗ୍ରାମବାସୀ ପ୍ରଧାନ ଶିକ୍ଷକଙ୍କୁ ସସମ୍ମାନେ ତାଲା ପକାଇ ଅଟକ ରଖିଛନ୍ତି । ଖବର ପାଇ ସିଆରସିସି ଭବାନୀ ମହାପାତ୍ର ଗ୍ରାମରେ ପହଞ୍ଚିଥିବା ବେଳେ ତାଙ୍କ ମଧ୍ୟ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି । ଏହି ସ୍କୁଲରେ ୩୯ ଜଣ ବିଦ୍ୟାର୍ଥୀ ଥିବା ସିଆରସିସିଙ୍କ ଠାରୁ ପ୍ରକାଶ ।

ଗ୍ରାମବାସୀଙ୍କ କହିବା କଥା ଏହିଯେ ମାତ୍ର ଜଣେ ପିଲା ପାଇଁ ସ୍କୁଲ ଉଚ୍ଛେଦ କୁ ଗ୍ରାମବାସୀ ସହ୍ୟ କରିପାରିବେ ନାହିଁ । ପିଲା ମାନେ ଚାନ୍ଦପୁର ଯିବା ଜୀବନ ପ୍ରତି ବିପଦ । ଗୋଟିଏପଟେ ପୋଖରୀ ଥିବା ବେଳେ ରାସ୍ତାରେ ଏକ ସାଗରର ଓଭର ଫ୍ଲୋ ରେ ପାଣି ଯିବାକୁ ସାଇଫନ ଅଛି । ସାମାନ୍ୟତମ ବର୍ଷାରେ ବଡ ଲୋକ ଯିବା କଷ୍ଟ , ସେଇଠି ଛୋଟପିଲା ଯିବା ଅସମ୍ଭବ ବୋଲି ଗ୍ରାମବାସୀ ଅଭିଯୋଗ କରି ଏପରି ପଦକ୍ଷେପ ନେଇଛନ୍ତି । ଦିନକୁ ଦିନ ସ୍କୁଲ ଉଚ୍ଛେଦ ହେଉଥିବା ଗ୍ରାମ ମାନଙ୍କରେ ଉତ୍ତେଜନା ପ୍ରକାଶ ପାଉଛି ।ଏବିଇଓ ଆର୍ତ୍ତତ୍ରାଣ ବେହେରା ଓ ପୋଲିସ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାମଣା କରି ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି । ଦୀର୍ଘ ୧୦ ଘଣ୍ଟା ପରେ ଶିକ୍ଷକ ମୁକୁଳିଛନ୍ତି ।ଗ୍ରାମବାସୀ ନିଜ ଦାବୀ ଜିଲାପାଳଙ୍କ ପାଖରେ ଜଣାଇବେ ଯଦି କୌଣସି ପଦକ୍ଷେପ ନିଆ ନଯାଏ ତେବେ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ନେବେ ବୋଲି ସୂଚନା ଦେଇଛନ୍ତି । ଚିକିଟି ବ୍ଲକ ରେ ୩୨ ଟି ସ୍କୁଲ ଉଛେଦ ହେଉଛି ଓ ପ୍ରତି ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories