www.samajalive.in
Monday, December 8, 2025
17.1 C
Bhubaneswar

୩ ଘଣ୍ଟାରେ ବଦଳିଗଲା ଫଳ ଦୋକାନୀ ପ୍ରୀତିଙ୍କ ଭାଗ୍ୟ: ୨ ଲକ୍ଷ ଟଙ୍କାର ଚେକ୍ ନେଇ ନିଜେ ଆସିଲେ ଜିଲାପାଳ

ମାତ୍ର ୩ ଘଣ୍ଟା । ଏହି ୩ ଘଣ୍ଟାରେ ବଦଳିଗଲା ଜଣେ ଗରିବ ଫଳ ଦୋକାନୀ ପ୍ରୀତିଙ୍କ ଭାଗ୍ୟ । ନିଜେ ଜିଲାପାଳ ୨ ଲକ୍ଷ ଟଙ୍କାର ଚେକ୍ ନେଇ ପ୍ରୀତିକୁ ଦେବାପାଇଁ ଆସି ପହଞ୍ଚି ଗଲେ । ସିନେମାର କାହାଣୀ ପରି ଲାଗୁଥିବା ଏହି ଘଟଣାଟି ଘଟିଛି ଆଗ୍ରାରେ ।

ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବ ନିଧି ଯୋଜନା ସମ୍ପର୍କରେ ସମ୍ବୋଧନ କରୁଥିବାବେଳେ ଆଗ୍ରାର ରାସ୍ତା କଡ଼ରେ ଫଳ ଦୋକାନ କରିଥିବା ପ୍ରୀତି ନାମ୍ନୀ ଜଣେ ମହିଳାଙ୍କ ସହ କଥା ହେଉଥିଲେ । ଏହି ସମୟରେ ସେ ଲକଡ଼ାଉନ ସମୟରେ ପନିପରିବା ନଷ୍ଟ ହେବା ପରେ ୧୦ ହଜାର ଟଙ୍କାର ଋଣ ନେଇ ସ୍ବ ନିଧି ଯୋଜନାରେ ବ୍ୟବସାୟ ଆରମ୍ଭ କରିଥିବା ଓ ଲାଭ କରିଥିବା କଥା କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ ପରିବାର ଏବଂ ଘର ବିଷୟରେ ପଚାରିଥିଲେ, ପ୍ରୀତି କହିଥିଲେ  ତାଙ୍କ ଘର ଖରାପ ହୋଇଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ଅଧିକାରୀମାନେ ତାଙ୍କୁ ଭେଟି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାର ଠିକ୍ ୩ ଘଣ୍ଟା ପରେ ଆଗ୍ରା ଜିଲା ମାଜିଷ୍ଟ୍ରେଟ ପ୍ରଭାସ ଏନ୍ ସିଂହ ନିଜେ ପ୍ରୀତିଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ଘର ଦେଖିଥିଲେ ଓ ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଏହାପରେ ପ୍ରୀତିଙ୍କ ପାଦ ଯେପରି ତଳେ ଲାଗି ନ ଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories