www.samajalive.in
Thursday, December 11, 2025
26.1 C
Bhubaneswar

ଶହୀଦ ଯବାନମାନଙ୍କ ଘରେ ପହଞ୍ଚିଲା କନ୍ଧମାଳ ପୁଲିସ୍‍

ଫୁଲବାଣୀ: କନ୍ଧମାଳ ପୁଲିସର ଶହୀଦ ହୋଇଥିବା ଯବାନମାନଙ୍କ ପରିବାର ପାଖରେ ଆଜି ପହଞ୍ଚିଥିଲା କନ୍ଧମାଳ ପୁଲିସ୍‍। ପ୍ରତି ଶହୀଦଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ସହିତ ଶାନ୍ତ୍ୱନା ମଧ୍ୟ ପ୍ରଦାନ କରିଥିଲେ ପୁଲିସ୍‍ ଅଧିକାରୀମାନେ। ଏହି ଅବସରରେ ଗତ ଦିନରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣ ଯୋଗୁଁ ଶହୀଦ ହୋଇଥିବା ପୁଲିସ ବିଭାଗର ଶହୀଦ ଯବାନ ନାରେଙ୍ଗା ମଲ୍ଲିକ, ଶହୀଦ ସଂଗ୍ରାମ କୁମାର ଲେଙ୍କା, ଶହୀଦ ସୁନାଶିର ମହାନ୍ତି ଓ ଶହୀଦ ଉମାକାନ୍ତ ଜାନୀଙ୍କ ସମେତ କୋଭିଡ଼ରେ ପ୍ରାଣ ହରାଇଥିବା ଶହୀଦ ପୁଲିସ୍‍ କର୍ମଚାରୀ ତଥା ଯୋଦ୍ଧା ମହାଜନ୍‍ ପ୍ରଧାନ, ସୁବାଷ ଚନ୍ଦ୍ର ସାହୁ, ଉନେଶ କୁମାର ନାୟକ ଓ ବାଲି କହଁର ପ୍ରମୁଖଙ୍କ ଘରେ ପହଞ୍ଚିଥିଲେ ପୁଲିସ୍‍ ଅଧିକାରୀମାନେ। ଏହି ଅବସରରେ ଯେଉଁ ଯବାନମାନେ ଶହୀଦ ହୋଇଛନ୍ତି ସେହି ସବୁ ଥାନାମାନଙ୍କରେ ଶହୀଦମାନଙ୍କର ଫଟୋ ମଧ୍ୟ ଥାନା ପରିସରରେ ଉନ୍ମୋଚିତ କରିଥିଲେ ବରିଷ୍ଠ ପୁଲିସ୍‍ ଅଧିକାରୀମାନେ। ଏହି ଅବସରରେ ଫୁଲବାଣୀରେ ଥିବା ଶହୀଦଙ୍କ ପରିବାର ବର୍ଗଙ୍କୁ କନ୍ଧମାଳ ଏସପି ଭିନିତ୍‍ ଅଗ୍ରୱାଲା, ସଦର ଏସ୍‍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ଫୁଲବାଣୀ ଟାଉନଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ, ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ୍‍ ସଂଘର ସଭାପତି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଗସ୍ତ କରିଥିବା ବେଳେ କୋଟଗଡ଼ ଓ ବାଲିଗୁଡ଼ା ଆଦି ଅଞ୍ଚଳରୁ ଶହୀଦ ଯବାନମାନଙ୍କ ପରିବାର ପାଖରେ ଅତିରିକ୍ତ ଏସପି ବିପିନ ବିହାରୀ ବେହେରା, ବାଲିଗୁଡ଼ା ଏସ୍‍ଡ଼ିପିଓ ମାନସ କୁମାର ବାରିକ, ପ୍ରେବେସନ୍‍ ଆଇପିଏସ ଅଭିନବ ଶୁଭଙ୍କର, କୋଟଗଡ଼ ଥାନା ଅଧିକାରୀ ହରମୋହନ ନାୟକ, ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଗସ୍ତ କରିଥିବା ବେଳେ ଟିଟ୍ରାପଙ୍ଗା, ଚକାପାଦ ଓ ଜି.ଉଦୟଗିରି ଆଦି ଅଞ୍ଚଳରେ ଥିବା ସହିଦଙ୍କ ପରିବାର ପାଖରେ ଅତିରିକ୍ତ ଏସପି ସୁବାଶ ଚନ୍ଦ୍ର ଜେନା, ଜି.ଉଦୟଗିରି ଏସ୍‍ଡ଼ିପିଓ ଡ଼ି.ଟି.ଆର୍‍.ପଟନାୟକ, ଟିକାବାଲି ଥାନା ଅଧିକାରୀ ରେବତି ଶବର ଓ ଜି.ଉଦୟଗିରି ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରମୁଖ ଶହୀଦଙ୍କ ପରିବାର ପାଖରେ ପହଞ୍ଚିଥିଲେ। ପୂର୍ବରୁ ସମସ୍ତ ଶହୀଦମାନଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ସଦରମହକୁମା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବାଦ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories