www.samajalive.in
Tuesday, December 9, 2025
16.1 C
Bhubaneswar

ଅଜଣା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର

ନବରଙ୍ଗପୁର : ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦିଗୀ ଗ୍ରାମ ପଂଚାୟତର ଚଚରା ଗୁଡା ଗାଁ ସାପଗରଣ୍ଡା ନାଳରୁ ଅଚିହ୍ନା ବୃଦ୍ଧାଙ୍କ ଗଳିତ ଶବ ଉଦ୍ଧାର କରିଛି ପୁଲିସ। ଆଜି ସକାଳୁ ଗ୍ରାମବାସୀମାନେ ସାପଗରଣ୍ଡା ନାଳରେ ଏକ ବୃଦ୍ଧାଙ୍କ ଗଳିତ ଶବ ଭାସୁଥିବା ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡା ଓ ଏସଡିପିଓ ଆଦିତ୍ୟ ସେନ ଘଟଣାସ୍ଥଳରେ ପହଁଞ୍ଚି  ଗଳିତ ସବକୁ ଉଦ୍ଧାର କରାଯାଇଥିଲା।

ଅଗ୍ନିସମ ବିଭାଗ ପହଂଚି  ଶବଟିକୁ ନାଳ ମଧ୍ୟରୁ ଉଦ୍ଧାର କରିବା ପରେ ବୃଦ୍ଧାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତ ବୃଦ୍ଧାଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ଗଳିତ ଶବଟି ୩ ଦିନରୁ ଉର୍ଦ୍ଧ୍ବ ସମୟର ବୋଲି ସନ୍ଦେହ କରାଯାଉଛି। ମୃତ ବୃଦ୍ଧା ଜଣକ ଘଟଣାସ୍ଥଳର ଆଖ ପାଖ ଅଞ୍ଚଳର ହୋଇନଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେଣୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ କହିଛି। ଏଥିରେ ଅଗ୍ନୀଶମ ବିଭାଗ ମାନଙ୍କ ମଧ୍ୟରେ ଏଲଏଫଏମ ବଳରାମ ବେହେରା, ଡ଼ଃ ନାଗ, ଫାୟାର ମ୍ୟାନ ଲଷ୍ମଣ ବେହେରା, ଗୋବର୍ଦ୍ଧନ ମିର୍ଦ୍ଧା, ହୃଷିକେଶ ହଂସ ଏବଂ ପୁଲିସ ବିଭାଗ ତରଫରୁ  ଏଏସଆଇ  ଅଭିମନ୍ୟୁ ଦୁର୍ଗା, ହାବିଲଦାର ଭତରା, କନେଷ୍ଟେବଳ ମିତ ପୂଜାରୀ,ରାଜୁ ପଟ୍ଟନାୟକ, ହମଗାର୍ଡ ଲମ୍ବୋଦର ସାହୁ, ଭଗତ ସୌରା, କପିଳ ଚାଲାଣ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories