www.samajalive.in
Thursday, December 11, 2025
27.1 C
Bhubaneswar

କବି ନିତ୍ୟାନନ୍ଦ ନାୟକଙ୍କୁ ୪୧ତମ ଶାରଳା ପୁରସ୍କାର

ଭୁବନେଶ୍ୱର: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି। ୨୦୧୭ ମସିହାରେ ଫ୍ରେଣ୍ଡସ୍ ପବ୍ଲିଶର୍ସ ଦ୍ୱାରା ପ୍ରକାଶିତ ତାଙ୍କ କବିତା ପୁସ୍ତକ ‘ସେତେବେଳକୁ ନଥିବି’ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି। କରୋନାଜନିତ କଟକଣାକୁ ଗୁରୁତ୍ୱ ଦେଇ ଏକ ନିରାଡ଼ମ୍ବର ଓ ସଂକ୍ଷିପ୍ତ ସମାବେଶରେ ଶ୍ରୀ ନାୟକଙ୍କୁ ଉକ୍ସରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ବିଶିଷ୍ଟ ଚିତ୍ରକର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ଓ ସଙ୍ଗୀତଜ୍ଞ ରଞ୍ଜିତ୍ କୁମାର ନାଗଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ମାନପତ୍ର ଓ ଫଳକ ସହ ଦେଢ଼ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଟ୍ରଷ୍ଟି ଶ୍ରୀମତୀ ପାରମିତା ପଣ୍ଡା କହିଥିଲେ ଯେ ଚଳିତ ବର୍ଷର ଉତ୍ସବରେ ଆମର କୌଣସି ସଭାମକ୍ତ ନାହିଁ, ପୁରସ୍କାର ପ୍ରଦାନ ପାଇଁ ନିମନ୍ତ୍ରିତ ଅତିଥି ମଧ୍ୟ ନାହାନ୍ତି। କିନ୍ତୁ ଆମେ ଅତିଥିବିହୀନ ହୋଇଛୁ ବୋଲି ମନେ କରୁନାହୁଁ। କାରଣ ସାହିତ୍ୟ ଓ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆମେ ଯେଉଁ ତିନିଜଣ ସୁଖ୍ୟାତ ପ୍ରତିଭାଙ୍କୁ ଏଥର ପୁରସ୍କୃତ କରୁଛୁ, ସେମାନେ ହିଁ ଆମ ପାଇଁ ବରେଣ୍ୟ ଅତିଥି। ପ୍ରକାଶ ଥାଉ କି, ଓଡିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ “ଶାରଳା ପୁରସ୍କାର’ ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ମେ ଟାଲସ୍ ଆଣ୍ଡ୍ ପବ୍ଳିକ୍ ∙ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ୍) ଆନୁକୂଲ୍ୟରେ ୧୯୮୦ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଅଛି। ଇମ୍ପାକ୍ଟ୍ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା ‘ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡିଶାର ଯୁବ କ୍ରୀଡା ପ୍ରତିଭାମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯାଇଥାଏ।

- Advertisement -

ଏହି ଅବସରରେ କବି ଶ୍ରୀ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ‘ଝଙ୍କାର’ ପତ୍ରିକାରେ ୧୯୬୭ ମସିହାରେ ମୋ କବିତା ପ୍ରକାଶ ପାଇବା ପରେ ସେବେଠୁ ମୁଁ ନିରବଚ୍ଛିନ୍ନ ଭାବେ ୫୫ ବର୍ଷ ହେଲା ଲେଖିଆସୁଛି। ପୁରସ୍କାର ପାଇଁ ଇଚ୍ଛାଟିଏ ଥାଏ। ତେଣୁ ଏ ପୁରସ୍କାର ମୋତେ ବହୁତ ଆନନ୍ଦ ଦେଇଛି। ତେବେ କବିତା ଲେଖି ଦେବାଠୁ ଆନନ୍ଦ ମୋ ପାଇଁ ଆଉ କିଛି ହୋଇନପାରେ। କବିତା ସମ୍ପୂର୍ଣ୍ଣ ହୋଇ ଛପା ହୋଇଯିବା ପରେ, ଲାଗେ ମୁଁ ସମ୍ରାଟ। ଭଦ୍ରକ ବାସୁଦେବପୁର ଚିରୋଳ ଗ୍ରାମରେ ଜନ୍ମିତ ଶ୍ରୀ ନାୟକ ଜଗତସିଂହପୁର କଲେଜ୍‌ରେ ୩୬ ବର୍ଷ ଇଂରାଜୀ ସାହିତ୍ୟର ଅଧ୍ୟାପନା ପରେ ୨୦୦୦ ମସିହାରେ ଅବସର ନେଇଥିଲେ। ୮୦ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଜି ସକାଳେ ସେ ଏକ କବିତା ଲେଖି ଆତ୍ମତୃପ୍ତି ଲାଭ କରିଥିବା କହିଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ୯ଟି କବିତା ସଂକଳନ ରହିଛି। ୧୯୯୧ ମସିହାରେ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବେଳେ ବିଷୁବ ସମ୍ମାନ ତାଙ୍କ ପାଇଁ ନୋବେଲ୍‌ ସମ୍ମାନ ସଦୃଶ ଥିଲା ବୋଲି କହିଛନ୍ତି।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories