www.samajalive.in
Thursday, December 11, 2025
27.1 C
Bhubaneswar

ଫ୍ରାନ୍‍ଚାଇଜ୍‍ କର୍ମଚାରୀଙ୍କ ପୁନଃନିଯୁକ୍ତି ଦାବି, ପ୍ରତିବାଦରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣା

ଭୁବନେଶ୍ୱର: ଓଡ଼ିଶା ପାୱାର ଡିଷ୍ଟ୍ରିବୁସନ୍‍ କମ୍ପାନୀ ସେସୁ ଅଧିନରେ ଇଏନ୍‍ଜେଡ୍‍ଇଏନ୍‍ ଏବଂ ଏଫ୍‍ଇଡିସିଓ ଭଳି ଫ୍ରାନ୍‍ଚାଇଜ୍‍ କମ୍ପାନୀ ୨୦୧୩ ମସିହାରୁ କାର୍ଯ୍ୟ କରିଆସୁଥିଲେ, ଯେଉଁ ଫ୍ରାନ୍‍ଚାଇଜ୍‍ ଅଧିନରେ ୮୦୦୦ କର୍ମଚାରୀ ଏବଂ ୬୦୦ ଇଞ୍ଜିନିୟର କାର୍ଯ୍ୟ କରୁଥିଲେ। ସେମାନଙ୍କ ଅଦମ୍ୟ ପରିଶ୍ରମ ଓ ନିଷ୍ଠା ବଳରେ ବାଣିଜ୍ୟ ଓ ପରିବହନ କ୍ଷତି ୨୦% କମାଇବା ସହିତ ରାଜସ୍ୱ ଆଦାୟ ପରିମାଣ ମଧ୍ୟ ପୂର୍ବବର୍ଷ ତୁଳନାରେ ଯଥେଷ୍ଟ ଅଧିକ କରାଇବାରେ ସଫଳ ହୋଇଥିଲେ। ଲୋକମାନଙ୍କୁ ନିରନ୍ତର ବିଦ୍ୟୁତ୍‍ ସେବା ଯୋଗାଇ ଦେବା, ଅଭିଯୋଗ ସମାଧାନ କରିବା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଥିଲା। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା ଫାଇଲିନ୍‍, ଫନି, ହୁଡ୍‍ହୁଡ୍‍, ଅମ୍ଫାନ୍‍ ଓ କୋଭିଡ-୧୯ ଭଳି ମହାମାରୀ ସମୟରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ନିରନ୍ତର ବିଦ୍ୟୁତ୍‍ ସେବା ଯୋଗାଇ ଆସୁଥିଲେ। କିନ୍ତୁ ଜୁନ୍‍ ୨୦୨୦ରେ ସେସୁକୁ ଶାଗ ମାଛ ଦରରେ ଟାଟା ପାୱାର ଅଧିଗ୍ରହଣ କଲାପରେ ସମସ୍ତ କର୍ମଚାରୀ ବର୍ତ୍ତମାନ ସେମାନଙ୍କର ଜୀବିକା ହରାଇ ବସିଛନ୍ତି। ସରକାରଙ୍କ କମ୍ପାନୀ ପ୍ରୀତି ପାଇଁ ଆଜି ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ବର୍ତ୍ତମାନର କୋଭିଡ୍‍-୧୯ ଭଳି ପରିସ୍ଥିତିରେ ଜୀବିକା ହରାଇ ଭୋଗ ଉପାସରେ କାଳାତିପାତ କରୁଛନ୍ତି।

ଛଟେଇ ହୋଇଥିବା କର୍ମଚାରୀଙ୍କ ପ୍ରତିନିଧି ମଣ୍ଡଳୀ(ଓପିଇଏଫ୍‍ଏ) ସମସ୍ତ ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ସରକାର କର୍ମଚାରୀଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି, ଯାହାର ପ୍ରତିବାଦ ସ୍ୱରୂପ ଗତ ୨୮.୦୯.୨୦୨୦ରେ ସମସ୍ତ କର୍ମଚାରୀ ଟାଟା ପାୱାର ମୁଖ୍ୟ ଅଫିସ ସମ୍ମୁଖରେ ପ୍ରତିବାଦ କରି ସେମାନଙ୍କ ୭ ଦଫା ଦାବିପତ୍ର ଟାଟା ପାୱାର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ସେମାନଙ୍କ ଦାବିପତ୍ର ଟାଟାର ଜିଏମ୍‍(ଏଚ୍‍ଆର୍‍), ବୁଦ୍ଧିସ୍‍ ବେହେରା ଓପିଇଏଫ୍‍ଏରୁ ଗ୍ରହଣ କରି ୧୫ ଦିନ ମଧ୍ୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଜଣାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦାବିପତ୍ର ଗ୍ରହଣ କରିବାର ୧ ମାସ ବିତିଯାଇଥିଲେ ସୁଦ୍ଧା ଟାଟା କର୍ତ୍ତୃପକ୍ଷ କୌଣସି ନିର୍ଭର ପ୍ରତିଶ୍ରୁତି ଦେଇନାହାନ୍ତି। ତେଣୁ ଓପିଇଏଫ୍‍ଏର ସମସ୍ତ କର୍ମଚାରୀ ଟାଟା ପାୱାର୍‍ର ମନମୁଖୀ ନୀତି ବିରୋଦ୍ଧରେ ଆଜିଠାରୁ ଅନିର୍ଦ୍ଧିତ କାଳ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବେ ବୋଲି ଓପିଇଏଫ୍‍ଏର ଆବାହକକୁମାର ଶିଳାଦିତ୍ୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories