www.samajalive.in
Monday, December 8, 2025
17.1 C
Bhubaneswar

୩ ମହିଳା ପାଇଲଟ ଶୁଭାଙ୍ଗୀ, ଦିବ୍ୟା ଓ ଶିବାଙ୍ଗି ଉଡାଇବେ ଡୋର୍ନିୟର ବିମାନ

ଭାରତୀୟ ନୌସେନା ପକ୍ଷରୁ କୋଚିରେ ସାଉଥ୍ ନାଭାଲ୍ କମାଣ୍ଡ ଦ୍ୱାରା ତିନିଜଣ ମହିଳା ପାଇଲଟଙ୍କ ପ୍ରଥମ ବ୍ୟାଚ୍ କାର୍ଯ୍ୟକ୍ଷମ ହୋଇଛି। ସେହି ୩ ଜଣ ମହିଳା ପାଇଲଟ ଡୋର୍ନିୟର ବିମାନ ଉଡାଇବା ପାଇଁ ପ୍ରଶିକ୍ଷଣ ଶେଷ କରିଛନ୍ତି। ଦେଶର ପ୍ରଥମ ବ୍ୟାଚ୍ ମହିଳା ପାଇଲଟ୍ ଭାବେ ସେମାନେ ପ୍ରଶିକ୍ଷଣ ପାଇଛନ୍ତି। ଏହି ତିନିଜଣ ମହିଳା ପାଇଲଟ୍ ହେଉଛନ୍ତି ଲେପଟନାଣ୍ଟ ଶୁଭାଙ୍ଗୀ ସ୍ୱରୂପ, ଲେପଟନାଣ୍ଟ ଦିବ୍ୟା ଶର୍ମା ଓ ଲେପଟନାଣ୍ଟ ଶିବାଙ୍ଗି।

- Advertisement -

୨୭ତମ ଡୋର୍ନିୟର ଫ୍ଲାଇଙ୍ଗ୍ ଟ୍ରେନିଂ କୋର୍ସ ପାଇଁ ମନୋନୀତ ୬ ଜଣ ମହିଳାଙ୍କ ମଧ୍ୟରେ ଏହି ୩ ଜଣ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିବା ପରେ କୋଚିର ଆଇଏନଏସ ଗରୁଡ ଠାରେ ଅନୁଷ୍ଠିତ ଏକ ପାସ୍ ଆଉଟ୍ ସମାରୋହରେ ପାଇଲଟ୍ ଭାବରେ ସ୍ନାତକ ହାସଲ କରିଛନ୍ତି। ସାଉଥ୍ ନାଭାଲ୍ କମାଣ୍ଡର ମୁଖ୍ୟ ଅଧିକାରୀ ରିୟର ଆଡମିରାଲ୍ ଆଣ୍ଟୋନି ଜର୍ଜ ପାଇଲଟମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ସେମାନେ ସମସ୍ତ ମିଶନ୍ ପାଇଁ ଡୋର୍ନିୟର ବିମାନ ଉଡାଇବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ବୋଲି ଜଣାପଡିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories