www.samajalive.in
Saturday, December 6, 2025
26.1 C
Bhubaneswar

ପୁଞ୍ଜିଲାଲ୍‌ଙ୍କୁ ଜେଲ୍‌ରେ ମାଡ଼ ଅଭିଯୋଗ

ପାଟଣାଗଡ଼: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରାଙ୍କୁ ମାଡ଼ ଅଭିଯୋଗ। ବଲାଙ୍ଗିର ଜେଲ୍‌ରେ ଜେଲର୍‌ ମାଡ଼ ମାରିଥିବା ନେଇ ଅଭିଯୋଗ। ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ମାଡ଼ ନେଇ ଜଣାଇଲେ। ମାଡ଼ ନେଇ ଜଣାଇବା ସହ ଚିକିତ୍ସା ବ୍ୟବସ୍ଥା କରିବାକୁ କହିଲେ ଓକିଲ।
୨୦୧୮ ମେ’ ୫ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‍ ମେହେରକୁ ନେଇ କ୍ରାଇମ୍‍ବ୍ରାଞ୍ଚ ପୁଲିସ ରାୟପୁର ଯାଇଥିଲା। ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଯାଇଥିବା ପୁଲିସ୍‍ ଟିମ୍‍ ସେଠାରେ ଘଟଣା ସମ୍ପର୍କରେ ବଳିଷ୍ଠ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ପୁଞ୍ଜିଲାଲ୍‍ଙ୍କୁ କ୍ରାଇମ୍‍ ବ୍ରାଞ୍ଚ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲେ ମଧ୍ୟ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିପାରିନଥିଲା। ତେଣୁ ରାୟପୁରରେ ପୁଞ୍ଜିଲାଲ୍‍ କେଉଁଠାରୁ କେଉଁ ରାସ୍ତାରେ କୋରିୟର ସଂସ୍ଥାକୁ ଯାଇଥିଲା ସେ ସମ୍ପର୍କରେ ଡେମୋ ଦେଖାଇବାକୁ ପୁଲିସ କହିଥିଲା। ମେହେରପଡ଼ା ସ୍ଥିତ ପୁଞ୍ଜିଲାଲର୍‍ ଭଡ଼ା ଘରକୁ ଯାଇ ତାଙ୍କ ମା’ ଓ ସ୍ତ୍ରୀଙ୍କୁ ପୁଲିସ୍‍ ପଚରାଉଚରା କରିଥିଲା।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories