www.samajalive.in
Tuesday, December 9, 2025
17.1 C
Bhubaneswar

ଏସ୍‍ପିଙ୍କ ସମସ୍ତ ପୂଜା ମଣ୍ଡପ ପରିଦର୍ଶନ, କମିଟି କର୍ମକର୍ତ୍ତାଙ୍କ ସହିତ ଆଲୋଚନା

ଫୁଲବାଣୀ: ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ଜିଲାର କୌଣସି ସ୍ଥାନରେ ମଧ୍ୟ ଆଡ଼ମ୍ବର ସହିତ ଦୁର୍ଗପୂଜା ପୂର୍ବବର୍ଷ ମାନଙ୍କ ପରି ହେବନାହିଁ। ଏଭଳି ସ୍ଥଳେ ଆଜି ଫୁଲବାଣୀ ସହରରେ ପୂଜା ପାଉଥିବା ୬ଟି ପୂଜା ମଣ୍ଡକୁ ନିଜେ କନ୍ଧମାଳ ଏସ୍‍ପି ଭିନିତ୍‍ ଅଗ୍ରୱାଲା ଗସ୍ତକରି ସମସ୍ତ ପୂଜା କମିଟିର କର୍ମକର୍ତ୍ତା ମାନଙ୍କ ସହିତ କୋଭିଡ଼୍‍ କଟକଣା ଉପରେ ଆଲେଚାନା କରିବା ସହିତ ପ୍ରାଶାସନିକ ସ୍ତରରେ ନିଆଯାଇଥିବା ସମସ୍ତ ଗାଇଡ଼ଲାଇନ୍‍ ମାନିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ପୂଜା ମଣ୍ଡପରେ ୭ଜଣରୁ ଅଧିକ ନରହିବା, ସାଧାରଣ ଦର୍ଶନ ବାରଣ ସହିତ କୌଣସି ପ୍ରକାର ଲାଇନ୍‍ ଓ ସାଉଣ୍ଡ ନବାଜିବା, ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନରେ ମୂର୍ତ୍ତି ବିସର୍ଜନ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସହରର ମାଦିକୁନ୍ଦାଛକ, ବିଦ୍ୟୁତ୍‍ ବିଭାଗ, ବସଷ୍ଟାଣ୍ଡ, ଆର୍‍ଟିଓ ଅଫିସ ସମ୍ମୁଖ, ଓଏସ୍‍ଆରଟିସି କାର୍ଯ୍ୟାଳୟ ଓ ଫୁଲବାଣୀ ସାହି ସ୍ଥିତ ବରାଳଦେବୀ ମନ୍ଦିରରେ ଏହି ପୂଜା ପାଇଁ ଆୟୋଜନ କରାଯାଇଥିବା ବେଳେ ଏସ୍‍ପିଙ୍କ ସମେତ ପ୍ରେବେସନାଲ୍‍ ଆଇପିଏସ୍‍ ଅଭିନବ ସୋନକର, ସଦର ଏସ୍‍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ରିଜର୍ଭ ଇନିସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ଗସ୍ତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories