www.samajalive.in
Sunday, December 7, 2025
26.1 C
Bhubaneswar

୫ଶହ ଟଙ୍କା ଓ ୧ ଘଣ୍ଟାରେ କରୋନା ପରୀକ୍ଷା, ଖଡ଼ଗପୁର ଆଇଆଇଟି ବିକଶିତ କିଟ୍‌କୁ ମିଳିଲା ସ୍ୱୀକୃତି

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କୋଭିଡ-୧୯ ଚିହ୍ନଟ ପାଇଁ ‘କୋଭିରାପ୍’ର ସଫଳତାକୁ ସ୍ୱୀକୃତି ପ୍ରଦାନ କରିଛି। ଖଡ଼ଗପୁର ଆଇଆଇଟିର ଗବେଷକମାନଙ୍କ ଦ୍ୱାରା ଏହି ରୋଗ ନିରୂପଣ ପଦ୍ଧତିର ବିକାଶ କରାଯାଇଛି। କୋଭିଡ-୧୯ ଚିହ୍ନଟ ପାଇଁ ବ୍ୟବହାର କରାଯାଉଥିବା ଏହି ପରୀକ୍ଷା ପଦ୍ଧତି ଅତ୍ୟନ୍ତ ସହଜ ଓ ଶସ୍ତା ସାବ୍ୟସ୍ତ ହୋଇଛି। ତା’ଛଡ଼ା ମାତ୍ର ଏକଘଣ୍ଟା ସମୟ ମଧ୍ୟରେ ଏଥିରୁ ପରୀକ୍ଷାର ଫଳାଫଳ ଜଣାପଡ଼ୁଛି। ଏହି ନୂଆ ନମୁନା ପରୀକ୍ଷା ପଦ୍ଧତି ଏକ ଅତି ନିର୍ଭରଶୀଳ ତଥା ସଠିକ୍‍ ମୋଲେକୁଲାର ଡାୟଗ୍ନୋଷ୍ଟିକ୍‍ ପଦ୍ଧତି ଯାହାକୁ ସ୍ଥାନାନ୍ତରିତ କରାଯାଇ ପାରୁଥିବା ଏକ ଅତି କ୍ଷୁଦ୍ର ଯନ୍ତ୍ର ସହାୟତାରେ କରାଯାଇ ପାରୁଛି। ନମୁନା ପରୀକ୍ଷାର ଫଳାଫଳ ମୋବାଇଲ୍‍ ଆପ୍‍ ଜରିଆରେ ଲୋକମାନଙ୍କୁ ଜଣାଇ ଦିଆଯାଇପାରୁଛି।

ଖଡ଼ଗପୁର ଆଇଆଇଟି ଦ୍ୱାରା ବିକଶିତ ଏହି ନୂଆ ନମୁନା ପରୀକ୍ଷା ପଦ୍ଧତି ଆଇସିଏମଆର ଦ୍ୱାରା ନିର୍ଦ୍ଧାରିତ ବିଭିନ୍ନ କଠିନ ପରୀକ୍ଷାରେ ସଫଳ ରହିଛି। ଏହି ଯନ୍ତ୍ର ପାଇବା ପାଇଁ ବହୁ କମ୍ପାନି ଖଡ଼ଗପୁର ଆଇଆଇଟି ସହ ଯୋଗାଯୋଗ କରିବା ଆରମ୍ଭ କରିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories