www.samajalive.in
Tuesday, December 9, 2025
16.1 C
Bhubaneswar

ବିଜେପି-ଜେଡିୟୁ ଯୋଡି ସଚ୍ଚିନ-ସେହ୍ବାଗଙ୍କ ଭଳି : ରାଜନାଥ

ପାଟନା :  ବିହାରର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ମାନେ ସଭା, ଶୋଭାଯାତ୍ର ମଧ୍ୟମରେ ପ୍ରଚାର କରୁଛନ୍ତି। ଏନ୍‍.ଡି.ଏ. ପ୍ରାର୍ଥୀମାନଙ୍କ ପାଇଁ ବିଜେପିର ବରିଷ୍ଠ ନେତା, ପ୍ରଚାରକ ଓ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ର‍୍ୟାଲିମାନ ଆୟୋଜନ କରୁଛନ୍ତି। ବିଜେପି ସଭାପତି ଜେ.ପି. ନଡ୍ଡା ବୁଧବାର ବେଟିଆ ଓ ମୋତିହାରୀଠାରେ ନିର୍ବାଚନ ର‍୍ୟାଲିରେ ଉଦବୋଧନ ଦେଇଛନ୍ତି।

Image Source : ANI

ସେହିପରି ବିଜେପି ନେତା ତଥା ପ୍ରତୀରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସନ୍‍ହୌଲା, ବରହରା ଓ ଚେନ୍‍ପୁର ଠାରେ ନିର୍ବାଚନ ସଭାରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ବିଜେପି-ଜେଡିୟୁ ଯୋଡି ସଚ୍ଚିନ-ସେହ୍ବାଗଙ୍କ ଯୋଡି ଭଳି। ତେଣୁ ଏଥର ଦଳ ଭଲ ପ୍ରଦର୍ଶନ କରିବ। ସେହିପରି ବରିଷ୍ଠ ବିଜେପି ନେତା ତଥା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଜାମୁଇ ଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇଛନ୍ତି। ଆର୍‍.ଜେ.ଡି. ୧୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଛି ବୋଲି ସେ ଦୋଷାରୋପ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ବିକାଶ ପାଇଁ ବିରୋଧୀ ଦଳଗୁଡ଼ିକ ପାଖରେ କୌଣସି ବିଶେଷ ଯୋଜନା ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆଜି ପାଟନା ଓ ଭାଗଲପୁରରେ ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଆଜି ମହାମେଣ୍ଟର ପ୍ରାର୍ଥୀମାନଙ୍କ ସପକ୍ଷରେ ୧୦ଟି ର‍୍ୟାଲି କରିଛନ୍ତି।

- Advertisement -

ଇତିମଧ୍ୟରେ ରାଜ୍ୟରେ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇଛି। ଏହି ପର୍ଯ୍ୟାୟରେ ୭୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ୨୩ ତାରିଖ ରହିଛି। ଏହି ପର୍ଯ୍ୟାୟ ପାଇଁ ନଭେମ୍ବର ୭ ତାରିଖରେ ଭୋଟ ନିଆଯିବ। ବାଲ୍ମିକୀ ନଗର ଲୋକସଭା ଉପନିର୍ବାଚନରେ ମଧ୍ୟ ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯାଇଛି। ଏହି ଆସନରେ ମଧ୍ୟ ନଭେମ୍ବର ୭ ତାରିଖରେ ଭୋଟ୍‍ ଗ୍ରହଣ କରାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories