www.samajalive.in
Monday, December 8, 2025
27.1 C
Bhubaneswar

ଜିଲ୍ଲାସ୍ତରୀୟ ୬୧ ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳିତ

ଫୁଲବାଣୀ: ଫୁଲବାଣୀ ମାଦିକୁନ୍ଦା ପୁଲିସ ପଡିଆଠାରେ ୬୧ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଇଛି। ଜିଲ୍ଲା ପୁଲିସ ବିଭାଗ ତରଫରୁ ପାଳିତ ହୋଇଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଯୋଗ ଦେଇ ଶହୀଦ ପୁଲିସ କର୍ମଚାରୀମାନଙ୍କ ଉଦେଶ୍ୟରେ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରିବାପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ବେଳେ ଶହୀଦ ହୋଇଥିବା ଏବଂ ଚଳିତ ବର୍ଷ କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟର ୪୧ ଜଣ ଓ ଜିଲ୍ଲାର ୪ ଜଣ କରୋନା ଯୋଦ୍ଧା ଶହୀଦ ହୋଇଥିବାରୁ ସେମାନଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରାଯାଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରାଙ୍କ ସମେତ ଡେପୁଟି କମାଣ୍ଡେଣ୍ଟ ସନ୍ତୋଷ କୁମାର ଦାନସେନା, ପ୍ରୋବେସନ ଆଇପିଏସ ଅଭିନବ ଶଙ୍କର, ଡିଏସପି ଆଲବେନଓ କେରକେଟା, ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ, ଫୁଲବାଣି ଆଦର୍ଶ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀ, ଆର ଆଇ ଧର୍ମେନ୍ଦ୍ର ପ୍ରଧାନ, ସଜେର୍ଣ୍ଟ ସରୋଜ କୁମାର ବେହେରାଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶହୀଦମାନଙ୍କ ସ୍ମୃତିରେ ପୁଲିସ ବ୍ୟାଣ୍ଡ ବାହୀନି ପକ୍ଷରୁ ଜାତୀୟ ସଙ୍ଗୀତ ପରିବେଷଣ ପରେ ୩ ଥର ତୋପ ସଲାମୀ ଦିଆଯାଇଥିଲା। ପରେ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଶହୀଦ ସ୍ତମ୍ଭରେ ପୁଷ୍ପ ପ୍ରଦାନ କରିବା ସହିତ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories