www.samajalive.in
Monday, December 8, 2025
27.1 C
Bhubaneswar

ତୁମେ ଯଦି ପୁଲିସ, ଓକିଲ, ଜଜ୍ ହେବ; ଆମେ କାହିଁକି ଏଠି ବସିଛୁ : ରିପବ୍ଲିକ୍ ଟିଭି ପ୍ରସଙ୍ଗରେ ଏମିତି କହିଲେ ମୁମ୍ବାଇ ହାଇକୋର୍ଟ ବିଚାରପତି

ମୁମ୍ବାଇ: ବିଭିନ୍ନ ପ୍ରସଙ୍ଗରେ ଗଟମାଧ୍ୟମ ବିଚାର (ମିଡ଼ିଆ ଟ୍ରାଏଲ)କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁମ୍ବାଇ ହାଇକୋର୍ଟ । ରିପବ୍ଲିକ୍ ଟିଭିରେ  ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗର ବିଚାର ବେଳେ  ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଓ ଜି.ଏସ.କୁଲକର୍ଣିଙ୍କୁ ନେଇ ଗଠିତ ବେଞ୍ଚ କହିଛନ୍ତି ଯେ ତୁମେ ଯଦି ପୁଲିସ, ଓକିଲ, ଜଜ ହେବ ତେବେ ଆମେ କାହିଁକି ଏଠି ବସିଛୁ ବୋଲି ପ୍ରଶ୍ନ କରିଛନ୍ତି ।

ମୁଖ୍ୟ ବିଚାରପତି ଦୀପନକର ଦତ୍ତ ଏବଂ  ଜଷ୍ଟିସ ଜିଏସ କୁଲକର୍ଣ୍ଣିଙ୍କ ବେଞ୍ଚ ବୁଧବାର ସୁଶାନ୍ତ ରାଜପୁତ ମାମଲାର ଶୁଣାଣି କରିଛନ୍ତି । ଏହି ଅବସରରେ ଅଦାଲତ ରିପବ୍ଲିକ୍ ଟିଭିର ଓକିଲ  ମାଲଭିକା ତ୍ରିବେଦୀଙ୍କୁ କୋର୍ଟ କହିଛନ୍ତି ଯେ ଯଦି ଆପଣ ପ୍ରକୃତରେ ସତ୍ୟ ପ୍ରକାଶ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ଭାରତୀୟ ଦଣ୍ଡବିଧି ଆଇନ ପଢ଼ନ୍ତୁ ।  ଆଇନ ବିଷୟରେ ଜ୍ଞାନର ଅଭାବ ଏକ ବାହାନା ହୋଇପାରିବ ନାହିଁ |ଶୁଣାଣି ସମୟରେ ରିପବ୍ଲିକ୍ ଟିଭିର  ଓକିଲ ଦାବି କରିଛନ୍ତି ଯେ ଚ୍ୟାନେଲ କେବଳ ସୁଶାନ୍ତ ମାମଲାର ତଦନ୍ତରେ ଥିବା ତ୍ରୁଟିଗୁଡିକୁ ପ୍ରକାଶ କରିଛି ।ମାଲଭିକା ତ୍ରିବେଦୀ ଏହା ମଧ୍ୟ ଦାବି କରିଛନ୍ତି ଯେ କୋର୍ଟ ପୋଲିସ୍ କହିଥିବା ତ୍ରୁଟିକୁ ଗଣମାଧ୍ୟମ କହିପାରିବ ନାହିଁ କିମ୍ବା ରିପୋର୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇପାରିବ ନାହିଁ।

- Advertisement -

ଏହା ଉପରେ କୋର୍ଟ କହିଥିଲେ ଯଦି ଆପଣ ଅନୁସନ୍ଧାନକାରୀ,  ଓକିଲ ଏବଂ  ବିଚାରପତି ହେବେ, ତେବେ ଆମେ ଏଠାରେ କଣ ପାଇଁ? କୋର୍ଟ କହିଛନ୍ତି ଯେ ସେମାନେ ଗଣମାଧ୍ୟମର ଗଳା ବନ୍ଦ କରିବାକୁ କହୁ ନାହାଁନ୍ତି। ତେବେ ଏ ସମ୍ପର୍କରେ ସଠିକ୍ ତଥ୍ୟ ପ୍ରଦର୍ଶନ ଆବଶ୍ୟକ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories