www.samajalive.in
Monday, December 8, 2025
17.1 C
Bhubaneswar

ମଣ୍ଡଳ ଆୟୁର୍ବେଦ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ଡାକ୍ତର ପଦବୀ

କଲମପୁର : କେଉଁଠି ଡାକ୍ତର ଅଭାବ ତ କେଉଁଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କୋଠା ଘର ଅଭାବ। ଆଉ କେଉଁଠି ଆବଶ୍ୟକ କର୍ମଚାରୀର ଅଭାବ ଏଭଳି ବିପର୍ଯ୍ୟସ୍ତ ଭାବେ ଚାଲିଛି କଳାହାଣ୍ଡି ଜିଲାର ସ୍ୱାସ୍ଥ୍ୟ ସେବା। ଯାହାର ନଗ୍ନ ନମୂନା କଲମପୁର ବ୍ଲକ ମଣ୍ଡଳଠାରେ ଥିବା ଏକ ମାତ୍ର ଆୟୁର୍ବେଦ ଚିକିତ୍ସାଳୟ। ଯାହା ଦେଶ ସ୍ୱାଧିନତା ପାଇବାର କିଛି ଦିନ ପରେ ଗତ ୧୯୪୭ ମସିହାରେ ସ୍ଥାପିତ ହେଇଥିଲା। ଯାହା ଦ୍ୱାରା ଅଞ୍ଚଳର ଲୋକଙ୍କୁ ସ୍ୱାସ୍ତ୍ୟ ସେବା ଯୋଗାଇବାର ପ୍ରମୁଖ ସ୍ଥାନ ନେଇଥିଲା। ସେହି ଚିକିତ୍ସାଳୟ ସ୍ଥିତି ଏବେ ଦୟନୀୟ ଅବସ୍ଥାରେ। ଏହି ଅଞ୍ଚଳର ୧୦ ହଜାରରୁ ଅଧିକ ରୋଗୀ ନିର୍ଭର କରୁଥିବା ଚିକିତ୍ସାଳୟ ନିଜେ ରୁଗ୍‍ଣ ଅବସ୍ଥାରେ। ଏହି ଚିକିତ୍ସାଳୟର ସମସ୍ୟା ଅନେକ କିନ୍ତୁ ସମାଧାନ ନାହିଁ। ଏହି ଚିକିତ୍ସାଳୟ ପାଇଁ ସ୍ଥାୟୀ ଡାକ୍ତର ନାହାନ୍ତି ।  କେହି ଅଭିଜ୍ଞ ସ୍ୱାସ୍ଥ୍ୟ କର୍ମୀ ଅଥବା ଫାର୍ମଶିଷ୍ଟ ମଧ୍ୟ ନାହାନ୍ତି। ସପ୍ତାହକୁ ଦୁଇ ଦିନ ଧର୍ମଗଡ ବସୁଲ ଚିକିତ୍ସାଳୟ ଠାରେ ନିୟୋଜିତ ଡାକ୍ତର ସେବା ଯୋଗାଇଥାନ୍ତି। ଅନ୍ୟ ଦିନ କେବଳ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଇ ଆସୁଛି ଏହି ଚିକିତ୍ସାଳୟ। ପରିତାପର ବିଷୟ ଦୁଇଗୋଟି କେନାଲ ଥିଲେ ମଧ୍ୟ କେନାଲ ଉପରେ ପୋଲ ବ୍ୟବସ୍ଥା ନଥିବାରୁ କେହି ଭିନ୍ନକ୍ଷମ ରୋଗୀ ଯିବାରେ ସମସ୍ୟା ସୃଷ୍ଟି ହେଇଥାଏ। ତେଣୁ ତୁରନ୍ତ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories