www.samajalive.in
Sunday, December 7, 2025
15.1 C
Bhubaneswar

ଚୀନକୁ ଭୟ କରୁଛନ୍ତି ମୋଦୀ ସରକାର କିନ୍ତୁ କଂଗ୍ରେସ ସରକାର ଆସିଲେ ଚୀନ ସେନାକୁ ମାତ୍ର ୧୫ ମିନିଟରେ ଭାରତ ସୀମାରୁ ବାହାର କରାଯିବ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଚୀନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ନେତା ତଥା ୱାଇନାଡା ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ଭୋଧିତ କରିବା ପରେ ଟ୍ବିଟ କରି ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ଭୋଧିତ କରିବା ବେଳେ ଚୀନ ନାଁ ନେବାକୁ ଡରୁଛନ୍ତି । ଯେତେବେଳେ ଚୀନ ଭାରତର ୧୨୦୦ ବର୍ଗ କିଲୋମିଟର ଜମି ଉପରେ କବଜା କରି ସାରିଛି ତଥାପି ପ୍ରଧାନମନ୍ତ୍ରୀ ଚୀନ ବିରୋଧରେ ମୁହଁ ଖୋଲୁନାହାନ୍ତି । ଚୀନ ଭାରତ ମାଟି ଅସ୍ତିଆର କରୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଚୁପ ଅଛନ୍ତି କିନ୍ତୁ କଂଗ୍ରେସ ସରକାର ଆସି​‌ଲେ ମାତ୍ର ୧୫ ମିନିଟରେ ଚୀନ ସେନାକୁ ଉଚିତ ଜବାବ ଦିଆଯିବା ସହ ଭାରତ ସୀମାରୁ ବାହାର କରାଯିବ ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଚୀନର ନାଁ ନେବା ପାଇଁ ଭୟ କରୁଛନ୍ତି। ଚୀନ ଭାରତର ୧୨୦୦ ବର୍ଗ କିଲୋମିଟର ଜମି କବଜା କରିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଚୁପ୍‌ ବସିଛନ୍ତି। ଦେଶବାସୀଙ୍କୁ ମିଛ କହୁଛନ୍ତି ଯେ ଚୀନ ଭାରତର କୌଣସି ଜମି କବଜା କରିନାହିଁ। ଗତକାଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ଭୋଧିତ କରିବା ବେଳେ ଚୀନ ବିଷୟରେ କହିବେ ବୋଲି ଆଶା କରାଯାଉଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ଚୁପ୍‌ ରହିଛନ୍ତି । ଚୀନ୍ କେବେ ଭାରତୀୟ ଅଞ୍ଚଳ ଛାଡିବ ମୁଁ ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହେଁ। କିନ୍ତୁ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ପ୍ରଧାନମନ୍ତ୍ରୀ ଏହା କହିବାକୁ ସାହସ କରିବେ ନାହିଁ। ପ୍ରଧାନମନ୍ତ୍ରୀ ଚୀନ୍ ବିଷୟରେ କିଛି କହିବେ ନାହିଁ ବୋଲି ରାହୁଲ କହିଛନ୍ତି।

- Advertisement -

ରାହୁଲ ଆହୁରୀ ମଧ୍ୟ କହିଛନ୍ତି ମୋଦୀ ସରକାର ଆସିବା ପରେ ଚୀନ କେବଳ ଭାରତର ଜମିକୁ ଅନୁପ୍ରବେଶ କି କବଜା କରିନାହିଁ ବରଂ ୨୦ ଜଣ ଭାରତୀୟ ଯବାନଙ୍କ ହତ୍ୟା ମଧ୍ୟ କରିଛି। ଯେତେବେଳେ କଂଗ୍ରେସ ସରକାର ଥିଲେ ସେତେବେଳେ ଚୀନ ଭାରତ ସୀମାରେ ପାଦ ଦେବାକୁ ଡରୁଥିଲା କିନ୍ତୁ ବର୍ତ୍ତମାନ ଭାରତ ବିଶ୍ବର ଏକ ମାତ୍ର ଦେଶ ଯେଉଁଠାରେ ଅନ୍ୟ ଦେଶର ସେନା ୪ ମାସ ମଧ୍ୟରେ ୧୨୦୦ ବର୍ଗ କିଲୋମିଟର ଜମିକୁ କବଜା କରିଛନ୍ତି ।

ସୂଚନାଯୋଗ୍ୟ ଭାରତ ସହ ଚୀନର ବାରମ୍ବାର ସଂଘର୍ଷକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଆସୁଛନ୍ତି ରାହୁଲ ଗାନ୍ଧୀ । ଚୀନ ସେନା ଭାରତର ସୀମାକୁ ପ୍ରବେଶ କରି ଜାଗା ଦଖଲ କରିଥିବା ଦାବି କରୁଛି କଂଗ୍ରେସ । ଅନ୍ୟପକ୍ଷେ କଂଗ୍ରେସର ଏହି ଦାବିକୁ ଅନେକ ପୂର୍ବରୁ କେନ୍ଦ୍ର ସରକାର ଖଣ୍ଡନ କରିସାରିଛନ୍ତି । ଚୀନ ଆମ ଦେଶର ଗୋଟିଏ ଇଞ୍ଚ ଜାଗା ଦଖଲ କରିନଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories