www.samajalive.in
Monday, December 8, 2025
24.1 C
Bhubaneswar

ଭାରତ-ଆମେରିକା ମାଲୱାର ସମରାଭ୍ୟାସରେ ସାମିଲ ହେବେ ଜାପାନ-ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ଭାରତ-ଆମେରିକା ନୌସେନାର ମାଲୱାର ସମରାଭ୍ୟାସରେ ଜାପାନ ଓ ଅଷ୍ଟ୍ରେଲିଆ ସାମିଲ ହେବେ । ଲାଦାଖରେ ଚୀନର ହିଂସ୍ର ଆଚରଣ ଓ ସୀମାରେ ଉତ୍ତେଜନା ମଧ୍ୟରେ ଏହି ଭାରତ ଓ ଆମେରିକାର ମିଳିତ ନୌସମରାଭ୍ୟାସରେ ଜାପନ ଓ ଅଷ୍ଟ୍ରେଲିଆ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିବା ଚୀନ ପାଇଁ ଶିରପୀଡ଼ା ହୋଇଛି । ‘କ୍ବାଡ଼’ ଅର୍ଥାତ୍ ୪ ଦେଶ ସଦସ୍ୟ ବିଶିଷ୍ଟ ମିଳିତ ମଞ୍ଚ ପ୍ରଥମଥର ପାଇଁ  ବଙ୍ଗୋପ ସାଗର ଓ  ଆରବ ସାଗରରେ ସମରାଭ୍ୟାସ କରିବେ।

ତେବେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ଏହି ସମରାଭ୍ୟାସ ସହ ଚୀନ ସୀମାରେ ଉତ୍ତେଜନାର କୌଣସି ସମ୍ପର୍କ ନାହିଁ ବୋଲି ଏକ ବିବୃତିରେ କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଥି​‌ରେ ଅଂଶଗ୍ରହଣ କରୁଥିବା ଦେଶର ନୌସେନା ମଧ୍ୟରେ ସମନ୍ବୟକୁ ଦୃଢ଼ୀକରଣ ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୧୯୯୨ ମସିହାରୁ ଭାରତ ଓ ଆମେରିକା ମଧ୍ୟରେ ନୌ ସମରାଭ୍ୟାସ ମାଲୱାରରେ ଚାଲିଛି, ୨୦୧୫ରେ ଏଥିରେ ଜାପାନ ସାମିଲ ହୋଇଥିଲା ଏବଂ ଏବେ ଅଷ୍ଟ୍ରେଲିଆ ଏଥିରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛି ।

- Advertisement -

ଗତ କିଛି ବର୍ଷ ଧରି ଏହି  ସମରାଭ୍ୟାସରେ  ଭାଗ ନେବାକୁ ଅଷ୍ଟ୍ରେଲିଆ ଆଗ୍ରହ ଆସୁଥିଲା ।  ଅଷ୍ଟ୍ରେଲିଆର ବୈଦେଶିକ  ବ୍ୟାପାର ମନ୍ତ୍ରୀ ମାରିଜ ପେନେ  ତାଙ୍କ ଦେଶ ଚଳିତ ବର୍ଷ ଶେଷରେ ମାଲାବାର ଅଭ୍ୟାସରେ ଅଂଶଗ୍ରହଣ କରିବାକୁ ସ୍ବୀକାର କରିବା ସହ ଏହା ସେମାନଙ୍କ ପାଇଁ ନୌସେନା ସମନ୍ବୟର ଏକ ସୁଯୋଗ ବୋଲି କହିଛନ୍ତି । ସେହିପରି  ମାଲୱାର ଭଳି ଉଚ୍ଚ-ସାମରିକ ଅଭ୍ୟାସରେ ଯୋଗ ଦେବା ଫଳରେ ଆମର ବନ୍ଧୁମାନଙ୍କ ସହ ଏକ ଭଲ ସମ୍ପର୍କ ସୃଷ୍ଟି କରିବ ଏବଂ ଅଷ୍ଟ୍ରେଲିଆ ସେନାର ସାମୁଦ୍ରିକ ଯୁଦ୍ଧ ଦକ୍ଷତାର ବିକାଶ ଘଟାଇବ ବୋଲି ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମନ୍ତ୍ରୀ ଲିଣ୍ଡା ରେନୋଲ୍ଡସ୍ କହିଛନ୍ତି ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories