www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‍ ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ କରିବ: ପ୍ରଫେସନାଲ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାର ଗତ ବିଧାନସଭା ଅଧିବେଶନରେ ପାରିତ କରିଥିବା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‍ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ପରିପନ୍ଥୀ। ଆଗାମୀ ଦିନରେ ଏହି ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନ ବୃଦ୍ଧି ନୁହେଁ, ବରଂ ହ୍ରାସ କରିବାର ମୁଖ୍ୟ କାରଣ ପାଲଟିବ ବୋଲି ଅଲ ଇଣ୍ଡିଆ ପ୍ରଫେସ୍‍ନାଲ କଂଗ୍ରେସ ପକ୍ଷରୁ ଆୟୋଜିତ ୱୋବିନାରରେ ମତ ପ୍ରକାଶ ପାଇଛି।

ଶନିବାର କଂଗ୍ରେସ ନେତ୍ରୀ ତଥା ରାଜ୍ୟ ପ୍ରଫେସନାଲ୍‍ କଂଗ୍ରେସର ଅଧ୍ୟକ୍ଷା ସୁଚରିତା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ୱେବିନାରରେ ବକ୍ତା ଭାବେ ସାମିଲ ହୋଇ ରାଜ୍ୟର ଜଣାସୁଣା ବୁଦ୍ଧିଜୀବୀ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଶାସନ କଳ ଓ ରାଜନେତାଙ୍କ ଅଯଥା ହସ୍ତକ୍ଷେପକୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିବ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟସ୍ତରରେ ଶିକ୍ଷାର ମାନ ହ୍ରାସ ପାଇବ ଏବଂ ଅରାଜକତା ଓ ଦୁର୍ନୀତି ବଢ଼ିବ। କଲେଜରେ ବିଭିନ୍ନ ପଦ  ପୂରଣ କରିବାରେ ବିଫଳ ହୋଇଥିବା ଓପିଏସ୍‍ସି ବିଶ୍ୱବିଦ୍ୟାଳୟର ପ୍ରଧ୍ୟପକ ନିଯୁକ୍ତିରେ ମଧ୍ୟ ସଫଳତା ପାଇବାର ଆଶା କମ ବୋଲି  ବିଶ୍ୱରଞ୍ଜନ ଆଶଙ୍କା ପ୍ରକାଶ କରିଥିଲେ। ଏହା ଦ୍ୱାରା ନିଯୁକ୍ତିରେ ସ୍ୱଚ୍ଛତା ହ୍ରାସ ପାଇବ ଏବଂ ଭୟଶୂନ୍ୟ ମତବ୍ୟକ୍ତ କରିବାର ଅଧିକାରକୁ ଏହା ଲଗାମ ମଧ୍ୟ ଦେବ। ଏପରିକି ବିଶ୍ୱବିଦ୍ୟାଳୟର ସିଲାବସ୍‍ ରାଜ୍ୟ ସରକାର ନିୟନ୍ତ୍ରଣ କରିବାର ପ୍ରୟାସ ଏକ ଖରାପ ପରମ୍ପରା ସୃଷ୍ଟି କରିବ ବୋଲି ଅଧ୍ୟାପକ ବିଶ୍ୱରଞ୍ଜନ କହିଥିଲେ।

- Advertisement -

ୱେବିନାରରେ ଅନ୍ୟତମ ବକ୍ତାଭାବେ ଯୋଗଦେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‍କୁ ଏକ କଳା ବିଲ୍‍ ବୋଲି କହିଥିଲେ। ରାଜ୍ୟ ସରକାର ତାଙ୍କ ସଂଖ୍ୟାବହୁଳତାର ଅପପ୍ରୟୋଗ କରି ଏହି ବିଲ୍‍କୁ ପାରିତ କରିଛନ୍ତି ଏବଂ ଏହି ବିଲ୍‍ଷର ଛାତ୍ର ଓ ଅଧ୍ୟାପକମାନଙ୍କ ମତାମତକୁ ଗୁରୁତ୍ୱ ଦେବାର କୌଣସି ବ୍ୟବସ୍ଥା ନାହିଁ। ଏହି ବିଲ୍‍ ବିରୋଧରେ ରାଜ୍ୟବ୍ୟାପୀ ଜନମତ ସୃଷ୍ଟି କରିବାକୁ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସକୁ ଆହ୍ୱାନ ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାକୁ ତୀବ୍ର ବିରୋଧ କରାଗଲେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହେବେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସୋଶିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ସମେତ ଇଂ ଶାଶ୍ୱତ ମହାନ୍ତି, ଇଂ ମନୀଷା ନନ୍ଦ, ଇଂ ରମାକାନ୍ତ, ଇଂ ସୌମ୍ୟଜିତ୍ ଦାସ ଓ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତାମାନଙ୍କ ସଂଗେ ଆଲୋଚନା କରିଥିଲେ।  ରାଜ୍ୟ ଉପସଭାପତି ସୌରଭ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories