www.samajalive.in
Tuesday, December 9, 2025
17.1 C
Bhubaneswar

ଆପୋଲୋରୁ ବିମାନବନ୍ଦର ଗ୍ରିନ କରିଡର, ୯ ମିନିଟ୍‌ରେ ପହଞ୍ଚିଲେ ଅଙ୍ଗ ପ୍ରତିରୋପଣ ରୋଗୀ

ଭୁବନେଶ୍ବର: ପୁଣି ଅଙ୍ଗ ପ୍ରତିରୋପଣ ହେବାକୁ ଜଣେ ରୋଗୀଙ୍କୁ ଗ୍ରିନ କରିଡର (ସ୍ବତନ୍ତ୍ର ଏସକର୍ଟ)ରେ ନିଆଯାଇଛି। ଆପୋଲୋ ହସ୍ପିଟାଲର ଜଣେ ଗୁରୁତର ରୋଗୀଙ୍କର ଫୁସ୍‌ଫୁସ୍‌ ପ୍ରତିରୋପଣ ପାଇଁ ଏୟାରପୋର୍ଟ ଯିବାକୁ ପଡ଼ିବ ବୋଲି କମିସନରେଟ ପୁଲିସକୁ ଖବର ଆସିଥିଲା। ଗ୍ରିନ୍ କରିଡର ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗ୍ରସ୍ତ ଥିବାରୁ କମିସନରେଟ ପୁଲିସ ଲାଗି ଏହା ଆହ୍ବାନ ହୋଇଥିଲା। ଅପରାହ୍ନ ୫ଟା ୫୦ ମିନିଟ୍‌ରେ ସ୍ବତନ୍ତ୍ର ଆମ୍ବୁଲାନ୍ସକୁ ଏସକର୍ଟ ଜରିଆରେ ଏୟାରପୋର୍ଟ ନିଆ ଯାଇଥିଲା। ଏସକର୍ଟରେ ଟ୍ରାଫିକ ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀ ବିଭିନ୍ନ ଛକରେ ଥିବା ଅଧିକାରୀଙ୍କ ସହ ଭିଏଚଏଫରେ ନିୟମିତ ଯୋଗାଯୋଗରେ ରହିଥିଲେ। ମାତ୍ର ୯ ମିନିଟ୍‌ ଭିତରେ ଏୟାରପୋର୍ଟରେ ରୋଗୀଙ୍କୁ ପହଞ୍ଚା ଯାଇଥିଲା। ଏୟାର ଆମ୍ବୁଲାନ୍ସରେ ରୋଗୀଙ୍କୁ ଚେନ୍ନଇ ପଠା ଯାଇଥିଲା।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ରୋଗୀଜଣଙ୍କ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଫୁୁସ୍‌ଫୁସ୍‌ ପ୍ରତିରୋପଣ ଲାଗି ଚେନ୍ନଇରୁ ଏକ ଟିମ୍‌ ଆସିଥିଲା। ତେବେ ଏଠାରେ ଚିକିତ୍ସା ସମ୍ଭବ ନ ହେବାରୁ ତାଙ୍କୁ ଚେନ୍ନଇ ନେବାକୁ ପଡ଼ିଥିଲା। ରୋଗୀଙ୍କ ଦେହରେ ଏକାଧିକ ମେସିନ୍‌ ଲାଗିଥିବାରୁ ଗାଡିଟି ଧୀରେଧୀରେ ଏୟାରପୋର୍ଟରେ ପହଞ୍ଚିଥିଲା। ଏଥିଲାଗି ରାସ୍ତାରେ ଗାଡିକୁ ନିୟନ୍ତ୍ରଣ କରିବା ସହ କେତେକ ଗୁରୁତ୍ବପୂର୍ଣ୍ଣ ଛକରେ ଅଫିସର ମୁତୟନ ରହିଥିଲେ। ଟ୍ରାଫିକ ପୁଲିସର ଏହି କାର୍ୟ୍ୟକୁ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରଶଂସା କରିଛନ୍ତି।

- Advertisement -

ସପ୍ତାହେ ତଳେ ଦୁଇ ଦିନରେ ଦୁଇଟି ଗ୍ରିନ କରିଡର ତିଆରି ହୋଇଥିଲା। କିମ୍‌ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରୋଗୀଙ୍କର ଫୁସ୍‌ଫୁସ ପ୍ରତିରୋପଣ ଓ ଆମ୍ରି ହସ୍ପିଟାଲର ଜଣେ ଗୁରୁତର ରୋଗୀଙ୍କର ହାର୍ଟ ପ୍ରତିରୋପଣ ପାଇଁ ଏୟାରପୋର୍ଟ ଯିବାକୁ ପଡ଼ିଥିଲା। ଏହାକୁ ସଫଳତା ସହ ଟ୍ରାଫିକ ପୁଲିିସ ଏୟାରପୋର୍ଟରେ ପହଞ୍ଚାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories