www.samajalive.in
Monday, December 8, 2025
24.1 C
Bhubaneswar

ମରଣଯନ୍ତା ରାସ୍ତାରେ ଟ୍ରକ୍‍ ଦୁର୍ଘଟଣା; ଚାଳକ ଓ ହେଲପର ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲା କୋଟଗଡ଼ ଥାନା ଅନ୍ତର୍ଗତ ଖାରିଆନାଳରେ ରାସ୍ତା ଖରାପ ଯୋଗୁଁ କୋଇଲା ବୋଝେଇ ଟ୍ରକ୍‍ ଦୁର୍ଘଟଣା ଗସ୍ତ ଯୋଗୁଁ ଗାଡ଼ିର ଚାଳକ ଓ ହେଲାପର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ କୋଟଗଡ଼ ଓ ପରେ ଅଧିକ ଚିକିତ୍ସା ପାଇଁ ବିଶାଖପାଟଣା ପଠାଇ ଦିଆଯାଇଥିବା ଡ଼ାକ୍ତରଖାନା ସୂତ୍ରରୁ ପ୍ରକାଶ।

ଟ୍ରକ୍‌ଟି କୋଇଲା ବୋଝେଇ ହୋଇ ବିଶାଖପାଟଣାରୁ ରାଇପୁର ଅଭିମୁଖେ ଯାଉଥିବାବେଳେ କୋଟଗଡ଼ ଖରିଆନାଳରେ ରାସ୍ତା ସଂପୂର୍ଣ୍ଣଭାବେ ଖରାପ ଯୋଗୁଁ ଗାଡ଼ି ଚାଳକ ଭାରସାମ୍ୟ ହରାଇ ପଡିଥିଲେ। ଦୁର୍ଘଟଣା ପରେ ଗାଡ଼ିଟି ସଂପୂର୍ଣ୍ଣଭାବେ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ କୋଟଗଡ଼ ଅଗ୍ନିଶମବାହିନୀ ଓ ଅଞ୍ଚଳର ଜଣାଶୁଣା ସମାଜସେବୀ ମନୋଜ କୁମାର ସାବତ ପ୍ରମୁଖ ପହଞ୍ଚି ଚାଳକ ଓ ହେଲପରକୁ ଉଦ୍ଧାର କରି ପ୍ରଥମେ କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଗତ ୪ ବର୍ଷ ତଳେ ଉକ୍ତ ରାସ୍ତା ନିର୍ମାଣ ହୋଇଛି। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁଁ ବାଲିଗୁଡ଼ାଠାରୁ ମୁନିଗୁଡ଼ା ପର୍ଯ୍ୟନ୍ତ ବର୍ତ୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି। ରାସ୍ତାର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ଗାତ ସହିତ ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ବାଲିଗୁଡ଼ା ପୂର୍ତ୍ତ ବିଭାଗ ଅଧିନସ୍ଥ ଉକ୍ତ ରାସ୍ତାର ନିୟମ ପ୍ରକାରେ ଠିକା ସଂସ୍ଥା ପକ୍ଷରୁ ୫ବର୍ଷ ପର୍ଯ୍ୟର୍ନ୍ତ ତଦାରଖ କରିବା ନିୟମ ଥିଲେ ମଧ୍ୟ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ତାହା ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରୁନାହିଁ। ଏପରିକି ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ରାସ୍ତାର ଅନେକ ସ୍ଥାନରେ ଅଞ୍ଚଳବାସୀ ଲାଲ୍‍ ବ୍ୟାନର ମାରି ମଧ୍ୟ ସତର୍କ କରାଇଥିବା ଦେଖାଯାଇଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories