www.samajalive.in
Sunday, December 7, 2025
18.1 C
Bhubaneswar

ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଦମ୍ପତ୍ତି ଉଦ୍ଧାର ଘଟଣା : ଅର୍ଥ ଲାଳସାରୁ ବିଭତ୍ସ ହତ୍ୟାକାଣ୍ଡ, ୫ ଗିରଫ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ପଞ୍ଜାବୀ ଧୌଡ଼ା ଅଞ୍ଚଳରୁ ଶୁକ୍ରବାର ସକାଳେ ଦମ୍ପତିଙ୍କକ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣା ଅଘଟଣ ନୁହେଁ ବରଂ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ହତ୍ୟାକାଣ୍ଡକୁ ଭିନ୍ନ ମୋଡ଼ ଦେବା ସହିତ ପ୍ରମାଣ ନଷ୍ଟ କରିବା ସକାଶେ ଅଭିଯୁକ୍ତମାନେ ଦମ୍ପତ୍ତିଙ୍କୁ ନିଆଁରେ ପୋଡ଼ି ମୃତ୍ୟୁ ଘଟିଥିବା କାହାଣୀ ରଚିଥିଲେ ବୋଲି ବ୍ରଜରାଜନଗର ପୁଲିସ ସ୍ପଷ୍ଟ କରିଛି। ସେପଟେ ଅଭିଯୁକ୍ତମାନେ କୌଣସି ବାହାର ଲୋକେ ନୁହଁନ୍ତି ବରଂ ମୃତ ଦମ୍ପତ୍ତିଙ୍କ ପୁତୁରା ଓ ଝିଆରି। ଟଙ୍କା ଲେଣଦେଣ ହତ୍ୟାକାଣ୍ଡର ପ୍ରକୃତ କାରଣ ବୋଲି ପୁଲିସ କହିଛି। ଏ ଘଟଣାରେ ଦୀପକ ଦାସ ପେନକା (୨୪), ରାହୁଲ ଦାସ ପେନକା, ସୁପ୍ରିଆ ଦାସ ପେନକା(୨୫), ମିରନ ଦାସ ପେନକା (୨୮), ସୁନୀତା ଦାସ ପେନକା (୨୪)କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦି ସୂଚନା ପ୍ରଦାନ କରିଛନ୍ତି।
ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ମୃତ ଗିରିବରର ବାପା କୋଇଲା ଖଣିରୁ ସେବାନିବୃତ୍ତ ହେବା ପରେ ମିଳିଥିବା ଟଙ୍କାର ଭାଗବଣ୍ଟାକୁ ନେଇ ପରିବାର ଭିତରେ ବିବାଦ ଦେଖା ଦେଇଥିଲା। ଗିରିବରଙ୍କ ଜୀବନ ଶୈଳୀ ଓ କାମଧନ୍ଦାକୁ ପୁତୁରା ଓ ଝିଆରୀମାନେ ଅସହିଷ୍ଣୁ ହୋଇ ଈର୍ଷା କରୁଥିଲେ। ତେଣୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ରାସ୍ତାରୁ ହଟାଇବାକୁ ଅଭିଯୁକ୍ତମାନେ ଯୋଜନା ପ୍ରସ୍ତୁତ କରିଥିଲେ। ହତ୍ୟାକାଣ୍ଡ ଦିନ ସକାଳୁ ଗିରିବରର ପୁଅ ଓ ଝିଅ ଟ୍ୟୁସନ ପାଇଁ ବାହାରିଥିଲେ ଓ ପରେ ଗିରିବର ନିଜ ଦୋକାନକୁ ଯାଇଥିଲା। କିଛି ସମୟ ପରେ ଗୀତା ମଧ୍ୟ ଶୌଚ ପାଇଁ ଯାଇଥିଲା। ଏହା ଭିତରେ ଗିରିବର କୌଣସି କାମ ପାଇଁ ଘରକୁ ଫେରିବା ସମୟରେ ଅଭିଯୁକ୍ତମାନେ ଯୋଜନା ଅନୁଯାୟୀ ପ୍ରଥମେ ଲୁହା ରଡ଼ରେ ଗିରିବରର ମୁଣ୍ଡକୁ ମାରିଥିଲେ ପରେ ଘରୁ ନେଇ ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରିବା ପରେ ମଧ୍ୟ କାଳେ ବଞ୍ଚି ଯିବା ସେହି ଭୟରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ସେପଟେ ଶୌଚ ଯାଇଥିବା ଗୀତା ଫେରିବା ପରେ ଗିରିବରକୁ କୁକୁର କାମୁଡ଼ିଛି ବୋଲି ଅଭିଯୁକ୍ତ ରାହୁଲ ମିଛ କହି ଘରୁ ଭିତକୁ ନେଇ ଆସିଥିଲା। ସେଠାରେ ଜଗିଥିବା ଅଭିଯୁକ୍ତମାନେ ଗୀତା ଉପରକୁ ଅତର୍କିତ ଭାବେ ଲୁହା ରଡ଼ରେ ଆକ୍ରମଣ କରିଥିଲେ ଓ ପରେ ଟାଙ୍ଗିଆରେ ହାଣିଥିଲେ।

ତେବେ ହତ୍ୟାକାଣ୍ଡକୁ ଆକସ୍ମିକ ଦୁର୍ଘଟଣାର ରଙ୍ଗ ଦେବା ପାଇଁ ଅଭିୁଯୁକ୍ତମାନେ ମୃତ ଦମ୍ପତ୍ତି ଉପରେ କିରୋସିନ ଢାଳି ପରେ କୋଇଲା ଚୁଲାର ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୃତ ଗିରିବର ଓ ଗୀତାଙ୍କର ପୁଅ, ଝିଅ ଟ୍ୟୁସନ ସାରି ଘରକୁ ଫେରିବା ପରେ ମା’, ବାପା ନିଆଁରେ ପୋଡ଼ି ଯାଇଥିବା ଦେଖିବାକୁ ପାଇଥିଲେ ଓ ତାଙ୍କୁ ବଞ୍ଚାଇବା ପାଇଁ ପଡ଼ୋଶୀଙ୍କୁ ଡ଼ାକିଥିଲେ। ଅଭିଯୁକ୍ତମାନେ ମଧ୍ୟ କିଛି ନ ଜାଣିଥିବା ପରି ଅଭିନୟ କରି ତାଙ୍କ କକା ଖୁଡ଼ିକୁ ବଞ୍ଚାଇବାକୁ ଲୋକଙ୍କୁ ହାରି ଗୁହାରି କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସ, ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ରାମପୁର ଫାଣ୍ଡି ଅଧିକାରୀ ରବିଶଙ୍କର ଭଇଁଷା ଉପସ୍ଥିତ ଥିବା ବେଳେ ଝାରସୁଗୁଡ଼ା ଏସପି ରାହୁଲ ପିଆର ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ପାରିପାର୍ଶ୍ୱକ ସ୍ଥିତିର ଅନୁଧ୍ୟାନ କରିଥିଲେ। ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲା। ଘଟଣାସ୍ଥଳରେ ପଡିଥିବା ରକ୍ତରୁ ପୁଲିସ ଏହା ଏକ ସୁରପିକଳ୍ପିତ ହତ୍ୟାକାଣ୍ଡ ବୋଲି ଜାଣି ପାରିଥିଲା।

- Advertisement -

ତେଣୁ ଘଟଣାର ତଦନ୍ତ ଓ ଲୋକଙ୍କ ଠାରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ପୁଲିସ ମୃତ ଦମ୍ପତ୍ତିଙ୍କ ପୁତୁରା ଓ ଝିଆରିଙ୍କ ଉପରେ ସନ୍ଦେହ ପ୍ରକାଶ କରି ସେମାନଙ୍କୁ ଅଟକ ରଖିଥିଲା। ପୁଲିସ ଜେରା ସମୟରେ ସେମାନେ ପୁଲିସ ନିକଟରେ ସବୁ କଥା ସ୍ବୀକାର କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories