www.samajalive.in
Wednesday, December 10, 2025
26.1 C
Bhubaneswar

ନର୍ସିଙ୍ଗ ହୋମରେ ଗୁରୁତରଙ୍କ ଭର୍ତ୍ତିକୁ ନେଇ ଗଣ୍ଡଗୋଳ

ବୁର୍ଲା : ବୁର୍ଲା ସମଲେଶ୍ୱରୀ ଘରୋଇ ନର୍ସିଂ ହୋମରେ ଗୁରୁବାର ଏକ ଅଭାବନିୟ ଘଟଣା ଘଟିଯାଇଛି। ଜଣେ ଗୁରୁତର ବିଷପାନ କରିଥିବା ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ପାଇବାକୁ ରୋଗୀ ସମ୍ପର୍କୀୟ ଏଠାକୁ ଆଣିଥିଲେ। ନର୍ସିଂହୋମ ପକ୍ଷରୁ ରୋଗୀଙ୍କୁ ଚିକିତ୍ସା ପାଇଁ କିଛି ବିଳମ୍ବ ଘଟିଥିଲା। ଏହା ସହିତ ରୋଗୀ ଚିକିତ୍ସା ବ୍ୟବସ୍ତା ବିଷୟରେ କାଉନସିଲିଙ୍ଗ୍‍ କରାଯାଇଥିଲା। ଏହାରି ଭିତରେ ରୋଗୀଙ୍କ ସମ୍ପର୍କୀୟ ଉତକ୍ଷିପ୍ତ ହୋଇ ନର୍ସିଂ ହୋମରେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ନର୍ସିଂହୋମର ରିସେପସନ୍ କାଉଣ୍ଟରରେ ଲାଗିଥିବା କାଚ ଭାଙ୍ଗିଥିଲେ। ରୋଗୀଙ୍କ ସମ୍ପର୍କୀୟ ଏବଂ ନର୍ସିଂହୋମ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ତିତି ଉତ୍ପର୍ଣ୍ଣ ହୋଇଥିଲା। ଏହାପରେ ନର୍ସିଙ୍ଗହୋମ ପକ୍ଷରୁ ବୁର୍ଲା ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରି ଦିଆ ଯାଇଥିଲା। ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗୁରୁତର ରୋଗୀଙ୍କୁ ସମ୍ପର୍କୀୟ ନେଇ ଆସି ବୁର୍ଲା ଭିମସାରରେ ଭର୍ତ୍ତି କରିସାରିଥିଲେ। ତେବେ ଘଟଣାରେ ସମ୍ପୃକ୍ତ ଦୁଇଜଣ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖାଯାଇଛି। ତେବେ ବୁର୍ଲା ଥାନା ତରଫରୁ ଘଟଣାର ତଦନ୍ତ ଚାଲିଥିବା ଏବଂ କାହାକୁ ଗିରଫ୍‍ କରାଯାଇ ନ ଥିବା ବୁର୍ଲା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ଜମନକିରା ଥାନା ପଡିଆବାହାଲ ଗ୍ରାମର ଦେବିଦତ୍ତ ମାଝି(୨୯) ବିଷପାନ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲାର ସମ୍ବଲେଶ୍ୱରୀ ଘରୋଇ ନର୍ସିଙ୍ଗହୋମକୁ ଆଣିଥିଲେ। ସେତେବେଳକୁ ଦେବିଦତ୍ତଙ୍କ ଅବସ୍ଥା ଅତିଗୁରୁତର ହେବାରେ ଲାଗିଥିଲା। ଏହି ଘଟଣାରେ କାଚ ଭାଙ୍ଗିବାଠାରୁ ଆରମ୍ଭ କରି ମାଡ଼ପିଟର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି। ପ୍ରାୟ ଚାରିଜଣରୁ ଊର୍ଦ୍ଧ୍ବରୋଗୀ ସମ୍ପର୍କୀୟ ଏହି ଘଟଣା ଭିଆଇଥିବାବେଳେ ନର୍ସିଙ୍ଗହୋମର କର୍ମଚାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ନର୍ସିଙ୍ଗ ହୋମର କିଛି କର୍ମଚାରୀ ଆହତ ହୋଇଥିବା ଜାଣିବାକୁ ମିଳିଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories