www.samajalive.in
Tuesday, December 9, 2025
17.1 C
Bhubaneswar

ଜେଏସପିଏଲର ଟି ଆର ବି ଖଣିକୁ ଫିମି ଉତ୍କୃଷ୍ଟତା ପୁରସ୍କାର

ସୁନ୍ଦରଗଡ଼ ଜିଲ୍ଲା ଟେନସାସ୍ଥିତ  ଜିନ୍ଦଲ୍ ଷ୍ଟିଲ ଏଣ୍ଡ୍ ପାୱIର ଲିମିଟେଡ୍ (ଜେଏସପିଏଲ୍) ର ଟି ଆର ବି ଲୁହାପଥର ଖଣି ଫିମି ଉତ୍କୃଷ୍ଟତା ପୁରସ୍କାର ଲାଭ କରିଛି I ଉତ୍ତମ ଖଣି ପରିଚାଳନା ସହ ପରିବେଶ ସନ୍ତୁଳନ ଏବଂ ସବୁ କ୍ଷେତ୍ରରେ ପାରଦର୍ଶୀତା ପାଇଁ ଫେଡେରେସନ ଅଫ ଇଣ୍ଡିଆନ ମିନେରାଲ ଇଣ୍ଡଷ୍ଟ୍ରିଜ (ଫିମି) ଦ୍ୱାରା ବୁଧବାର ଦିଲ୍ଲୀ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି I ଭାରତ ସରକାରଙ୍କ କୋଇଲା ଏବଂ ଖଣି ସଚିବ ଅନିଲ କୁମାର ଜୈନ ଏହି ପୁରସ୍କାର ପ୍ରଦାନ କରିଥିଲେ I କମ୍ପାନୀର ଭାଇସ୍ ପ୍ରେସିଡେଣ୍ଟ ତଥା ଟେନସା ୟୁନିଟ୍ ମୁଖ୍ୟ  ପ୍ରମୋଦ କୁମାର ପାତ୍ର ଏହି ପୁରସ୍କାର ପାଇଁ ଜୁରୀ ମଣ୍ଡଳୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି I

 ଜେଏସ୍ ପିଏଲରେ ଗୁଣବତ୍ତା, ସୁରକ୍ଷା ଏବଂ ସ୍ୱଚ୍ଛତା କୁ ସର୍ବଦା ପ୍ରାଥମିକତା ଦେଇ ଆସୁଛୁ I ପରିବେଶର ସ୍ଥାୟିତ୍ୱ ଏବଂ ସ୍ଥିତାବସ୍ଥା କୁ ନଜର ରଖି ଆମେ ଖଣିରେ ନୂଆ ନୂଆ ଯାନ୍ତ୍ରିକ ଉଦ୍ଭାବନ କୁ ପ୍ରଚଳନ ମଧ୍ୟ କରୁଛୁ I ଖଣି ମଧ୍ୟରେ ଏକ ସୁରକ୍ଷା ର ବାତାବରଣ ସୃଷ୍ଟି କରି ଏହାକୁ ବଜାୟ ରଖିବା ପାଇଁ ବର୍ଷତମାମ ଆମର କର୍ମଚାରୀ ମାନେ ଏଥିପ୍ରତି ପ୍ରତିବଦ୍ଧତା ଥିବାରୁ ମୁଁ ସମସ୍ତଂକୁ କୃତଜ୍ଞତା ଜଣାଉଛି ବୋଲି ଶ୍ରୀ ପାତ୍ର କହିଛନ୍ତି ।

- Advertisement -

କମ୍ପାନୀର ପରିଚାଳନା ନିର୍ଦେଶକ ଭି ଆର ଶର୍ମା ଏଥିପାଇଁ  ଟେନସା ଟିମ କୁ ଅଭିନନ୍ଦନ ଜଣାଇଛନ୍ତି ।   ଏହିଭଳି ପ୍ରତ୍ୟେକ ପୁରସ୍କାର ଏବଂ ସମ୍ମାନ ଆମର ସାମାଜିକ ଦାୟିତ୍ୱ ବଢାଇବା ସହ ଆମକୁ ଯାନ୍ତ୍ରିକ ଉଦ୍ଭାବନ କରିବାକୁ ପ୍ରେରଣା ଯୋଗାଇବ ଯାହାଦ୍ୱାରା ଏକ ଆତ୍ମନିର୍ଭର ଭାରତ ପାଇଁ ଆମେ ନିଜକୁ ସୁଦୃଢ କରିପାରିବା ବୋଲି ଶ୍ରୀ ଶର୍ମା କହିଛନ୍ତି ।

ସୂଚନାଯୋଗ୍ୟଯେ  ଚଳିତ ବର୍ଷ ଜାନୁଆରୀ ମାସରେ ଜାପାନର ଟୋକିୟୋ ସ୍ଥିତ ଜାପାନ୍ ଇନଷ୍ଟିଚ୍ୟୁଟ ଅଫ ପ୍ଲାଣ୍ଟ ମେନଟେନନ୍ସ୍ (ଜେଆଇପିଏମ୍), ଟି ଆର ବି ଲୌହ ଖଣି କୁ ଟୋଟାଲ୍ ପ୍ରୋଡକଟିଭ୍ ମେଣ୍ଟେନାନ୍ସ (ଟି ପି ଏମ୍) ବଜାୟ ରଖିବା ପାଇଁ କନସିସଟେଣ୍ଟ ଟି ପି ଏମ କମିଟମେଣ୍ଟ ପୁରସ୍କାର ପ୍ରଦାନ କରିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories