ସରକାରୀ ଚାକିରି କ୍ଷେତ୍ରରେ ରାଜ୍ୟର ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ନେଲେ ପଞ୍ଜାବ ସରକାର
ଚଣ୍ଡିଗଡ : ସରକାରୀ ଚାକିରି କ୍ଷେତ୍ରରେ ରାଜ୍ୟର ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ପଞ୍ଜାବ ସରକାର । ବୁଧବାର ପଞ୍ଜାବ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଟ୍ବିଟ କରି ସୂଚନା ଦେଇ କହିଛନ୍ତି । ଏଣିକି ରାଜ୍ୟରେ ସରକାରୀ ଚାକିରୀ (ଗ୍ରୁପ୍ ଏ, ବି, ସି ଏବଂ ଡି)ରେ ମହିଳାମାନେ ୩୩ ପ୍ରତିଶତ ସଂରକ୍ଷଣ ସୁବିଧା ପାଇବେ। ଏଥି ସହିତ ପଞ୍ଜାବ ସିଭିଲ ସର୍ଭିସ (ମହିଳାଙ୍କ ପାଇଁ ପୋଷ୍ଟର ସଂରକ୍ଷଣ) ନିୟମ ୨୦୨୦ କୁ କ୍ୟାବିନେଟ ଅନୁମୋଦନ କରିଛି।
Today is a historic day for the women of Punjab as our Council of Ministers has approved 33% reservation for women in Government jobs. I am sure this will go a long way in further empowering our daughters and help in creating a more equitable society.
— Capt.Amarinder Singh (@capt_amarinder) October 14, 2020
ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ବିଟରେ ଲେଖିଛନ୍ତି ଯେ ‘ପଞ୍ଜାବର ମହିଳାମାନଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଆଜି ଆମର ମନ୍ତ୍ରୀ ପରିଷଦ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ଅନୁମୋଦନ କରିଛନ୍ତି। ମୁଁ ନିଶ୍ଚିତ ଯେ ଏହା ଆମ ଝିଅମାନଙ୍କୁ ଅଧିକ ସଶକ୍ତିକରଣ କରିବାରେ ସାହାଯ୍ୟ କରିବ ଏବଂ ସେମାନେ ବହୁ ଦୂର ଯିବ ଏବଂ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବ।’
Punjab Cabinet approves Dr. BR Ambedkar SC Post Matric Scholarship Scheme in place of the Centre’s defunct scheme, in order to facilitate SC students to pursue higher education in govt and private institutions: State govt
— ANI (@ANI) October 14, 2020
ଏଥି ସହିତ ବୁଧବାର ପଞ୍ଜାବ କ୍ୟାବିନେଟ ବୈଠକରେ ନୂତନ ବୃତ୍ତି ଯୋଜନା ଓ ଛାତ୍ରବୃତ୍ତି ପାଇଁ ଆୟ ସୀମା ମଧ୍ୟ ବୃଦ୍ଧି କରାଯାଇଛି। ପଞ୍ଜାବ କ୍ୟାବିନେଟ୍ କେନ୍ଦ୍ର ସରକାରୀ ସ୍କଲାରସିପ୍ ସ୍କିମ୍ ବଦଳରେ ଡକ୍ଟର ବିଆର ଆମ୍ବେଦକର ଏସସି ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅନୁସୂଚିତ ଜାତି ଛାତ୍ରମାନଙ୍କୁ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବ । ଅନ୍ୟ ଏକ ନିଷ୍ପତ୍ତିରେ କ୍ୟାପଟେନ ଅମରିନ୍ଦର ସିଂ ଏକାଡେମିକ୍ ଅଧିବେଶନ୨୦୨୧-୨୨ ଛାତ୍ରବୃତ୍ତି ଯୋଜନା ପାଇଁ ଆୟ ସୀମାକୁ ୨.୫ ଲକ୍ଷରୁ ଚାରି ଲକ୍ଷକୁ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ଅଧିକ ଛାତ୍ର ବର୍ତ୍ତମାନ ଛାତ୍ରବୃତ୍ତିର ଲାଭ ପାଇବେ ।
Comments are closed.