www.samajalive.in
Monday, December 8, 2025
27.1 C
Bhubaneswar

କେବଳ ଅନ୍ନଦାତା ନୁହେଁ, କୃଷକଙ୍କୁ ଉଦ୍ୟମୀ କରାଇବେ ସରକାର – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସନ୍ଧ୍ୟାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାଲାସାହେବ ବିଖେ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବା ଅବସରରେ କୃଷି ଏବଂ ସମବାୟ କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରି କହିଛନ୍ତି ଯେ ତାଙ୍କ ସରକାର କୃଷକମାନଙ୍କୁ ଅନ୍ନଦାତା ଭୂମିକାରୁ ଉଦ୍ୟୋଗୀ ଭୂମିକାରେ ଅବତୀର୍ଣ୍ଣ କରାଇବା ପାଇଁ ପ୍ରୟାସ କରୁଛନ୍ତି। ଭିଡିଓ କନଫରେନସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ପ୍ରଭାର ଗ୍ରାମୀଣ ଶିକ୍ଷା ସୋସାଇଟି’ର ନାମକୁ ‘ଜନନେତା ଡକ୍ଟର ବାଲାସାହେବ ବିଖେ ପାଟିଲ ପ୍ରଭାର ଗ୍ରାମୀଣ ଶିକ୍ଷା ସମାଜ’ରେ ପରିବର୍ତ୍ତନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ବିକାଶ ପାଟିଲଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।

- Advertisement -

ଏହି ଅବସରରେ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଗାଁ, ଗରିବ, ଚାଷୀଙ୍କ ଜୀବନକୁ ସହଜ କରିବା, ସେମାନଙ୍କ ଦୁଃଖ ଓ ଅଭାବ ପ୍ରତି ଦୃଷ୍ଟି ଦେବା ବିକାଶ ପାଟିଲଙ୍କ ଜୀବନର ମୂଳ ମନ୍ତ୍ର ଥିଲା। ସେ କହିଛନ୍ତି, ସମାଜର ଅର୍ଥପୂର୍ଣ୍ଣ ପରିବର୍ତ୍ତନ ପାଇଁ ରାଜନୀତିକୁ କିପରି ଏକ ମାଧ୍ୟମ କରିହେବ ଓ ଗାଁ ଏବଂ ଗରିବଙ୍କ ସମସ୍ୟାର ସମାଧାନ କରିହେବ ସେ ନେଇ ବିକାଶ ପାଟିଲ ସର୍ବଦା ଗୁରୁତ୍ୱାରୋପ କରୁଥିଲେ। ପାଟିଲ ବହୁବାର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୬ ମସିହାରେ ୮୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories