www.samajalive.in
Saturday, December 6, 2025
16.1 C
Bhubaneswar

କୋଭିଡ କଟକଣାରେ ଆଖଣ୍ଡଳମଣିଙ୍କ ମନ୍ଦିର ଖୋଲିବା ପ୍ରସଙ୍ଗ; ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ଆରଡି: କରୋନା ନାମକ ମହାମରୀ ପାଇଁ ଦୀର୍ଘ ୭ମାସ ହେବ ରାଜ୍ୟର ସମସ୍ତ ମଠ ମନ୍ଦିର ସହ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଛି। ଫଳରେ ମଣିବାବାଙ୍କ ନିକଟରେ ଲାଗି ହେଉଥିବା ଦୈନଦିନ ନୀତିକାନ୍ତି ସେବାୟତମାନେ ସୁଚାର ରୂପେ ସମ୍ପାଦନ କରିଥିବା ବେଳେ ଦୈନିକ ୫ହଜାରରୁ ଉର୍ଦ୍ଧ ଟଙ୍କା ବହନ କରୁଛନ୍ତି। ବର୍ତ୍ତମାନ କରୋନା କଟକଣାରେ ସାମନ୍ୟ ପରିବର୍ତ୍ତନ କରାଯାଇ ବିଭିନ୍ନ ଅନୁଷ୍ଠାନ ଖୋଲା ଯାଇଥିଲେ ମଧ୍ୟ ମଠ ମନ୍ଦିର ପୂର୍ବ ପରି ବନ୍ଦ ରହିଛି। ଫଳରେ ସେବାୟତମାନେ ବହୁ ଆର୍ଥିକ ସଂକଟରେ ସମୁଖିନ ହେଉଥିବା ବେଳେ ନିଜେ କିପରି ଖାଇ ବଞ୍ଚିବେ ଆଉ ଦିଅଁଙ୍କୁ କିପରି ଭୋଗ ଲଗାଇବେ ତାହା ମୁଣ୍ଡବ୍ୟଥାର କାରଣ ହୋଇଛି। ସେଥିପାଇଁ ବ୍ରାହ୍ମଣମାନେ ମନ୍ଦିର ଖୋଲିବା ପାଇଁ ସରକାରଙ୍କ ପାଖରେ ଦାବି ବାଢିବା ପରେ ଜିଲା ପ୍ରଶାସନ ସ୍ଥିତି ପରଖି ରିପୋର୍ଟ ଦେବାପାଇଁ ସରକାର ନିର୍ଦେଶନାମା ଜାରୀ କରିଛନ୍ତି। ଯାହାକୁ ନେଇ ସୋମବାର ଅପରାହ୍ଣରେ ଭଦ୍ରକ ଜିଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମନ୍ଦିର ଟ୍ରଷ୍ଟି ତଥା ଉପଜିଲାପାଳ ପିତାମ୍ବର ସାମଲ, ପ୍ରକଳ୍ପନିଦେର୍ଶକ ମଧୁସୂଦନ ଦାସ, ଆଡିସନାଲ ଏସପି, ମନ୍ଦିରର ସେବାୟତ, କନିକାରାଜାଙ୍କ ପ୍ରତିନିଧି ଓ ସ୍ତାନୀୟ ପୁଲିସ ଉପସ୍ଥିତ ଥିଲେ। ଏହି ବୈଠକରେ ସର୍ବପ୍ରଥମେ ସେବାୟତ ତାଙ୍କର ପକ୍ଷ ରଖିବା ପରେ ପୋଲିସ ଓ ଅନ୍ୟାନ ଅଧିକାରୀ ତାଙ୍କର ମତ ରଖିଥିଲେ। ସର୍ବପରି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସଂର୍କିନତା ଥିବା ବେଳେ ପୀଠଲୁ ଜନବସତି ଘେରି ରହିଛି। ତାହାସହ ଦୈନଦିନ ଅପେକ୍ଷା ସୋମବାର ଓ ଅନ୍ୟାନ ପର୍ବପର୍ବାଣୀରେ ହଜାର-ହଜାର ଭକ୍ତଙ୍କ ସମାଗମ ପୀଠରେ ହୋଇଥାଏ। ଏପରି ସ୍ଥଳେ କୋଭିଡ କଟକଣା ମଧ୍ୟରେ ମନ୍ଦିରରେ ସମସ୍ତ କାର୍ଯ୍ୟ ହେବା ବାଧା ସୃଷ୍ଟି ହୋଇ ପାରେ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆଗକୁ କାର୍ତ୍ତିକ ବ୍ରତ ରହିଥିବାରୁ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଉଭୟଙ୍କ ପକ୍ଷରୁ ଆଲୋଚନା ହୋଇଥିଲା। ଅନ୍ୟପଟେ ସେବାୟତମାନେ ଦୀର୍ଘ ୭ମାସରୁ ଉର୍ଦ୍ଧ ହେବ ଦାନ-ଦକ୍ଷିଣା ପାଉନଥୁବାରୁ ବହୁ ଅସୁବିଧାରେ ଚଳିବା ସହ ଦିଅଁଙ୍କ ନୀତିକାନ୍ତି କରି ଆସୁଛନ୍ତି, ଏପରିସ୍ଥଳେ ସେବାୟତମାନଙ୍କୁ ଆର୍ଥିକ ସହୟତା ଯୋଗାଇ ଦେବା ପାଇଁ ସେବାୟତମାନେ ଉପସ୍ଥାପନ କରିଥିଲେ। ଏପରି ସମସ୍ତଙ୍କ ପକ୍ଷକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories