www.samajalive.in
Tuesday, December 9, 2025
16.1 C
Bhubaneswar

ରାଜସ୍ଥାନକୁ ଜିତାଇଲେ ତିୱତିଆ, ପରାଗ

ଦୁବାଇ : ରାହୁଲ ତିୱତିଆ ଓ ରିୟାନ୍‍ ପରାଗ ଚଳିତ ଆଇପିଏଲ୍‍ରେ ରାଜସ୍ଥାନ ରୟାଲ୍‍ସର ପରାଜୟ ଧାରା ଭାଙ୍ଗିଛନ୍ତି। ରବିବାରର ପ୍ରଥମ ମ୍ୟାଚ୍‍ରେ ଏକଦା ଦୟନୀୟ ସ୍ଥିତିରେ ଥିବା ରାଜସ୍ଥାନ ତିୱତିଆ-ପରାଗଙ୍କ ଲଢ଼ୁଆ ଇନିଂସ ବଳରେ ୫ ୱିକେଟରେ ସନ୍‍ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିଛି। ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ଓ ଡେଭିଡ୍‍ ୱାର୍ଣ୍ଣରଙ୍କ ୪୮ ରନ୍‍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ସନ୍‍ରାଇଜର୍ସ ୪ ୱିକେଟରେ ୧୫୮ ରନ୍‍ କରିଥିଲା। ପରେ ଗୋଟିଏ ବଲ୍‍ ବାକିଥାଇ ୫ ୱିକେଟ୍‍ ହରାଇ ରାଜସ୍ଥାନ ରୟାଲ୍‍ସ ଜିତିଥିଲା। କ୍ରମାଗତ ୪ଟି ମ୍ୟାଚ୍‍ ହାରିବା ପରେ ରାଜସ୍ଥାନ ଏହି ବିଜୟ ହାସଲ କରିଛି। ଅଦ୍ୟାବଧି ୭ଟି ମ୍ୟାଚ୍‍ରୁ ରାଜସ୍ଥାନ ୩ଟି ଜିତିଛି। ସନ୍‍ରାଇଜର୍ସ ୭ମ ମ୍ୟାଚରେ ୪ର୍ଥ ପରାଜୟ ଭୋଗିଛି।
ଟସ୍‍ ଜିତି ସନ୍‍ରାଇଜର୍ସ ହାଇଦରାବାଦ ବ୍ୟାଟିଂ ନେବା ପରେ ୫ମ ଓଭରରେ ଜନି ବେୟାରଷ୍ଟୋ ୧୬ ରନ୍‍କରି ଆଉଟ ହୋଇଥିଲେ। ପରେ ଡେଭିଡ୍‍ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଧିରେସୁସ୍ଥେ ଇନିଂସକୁ ଆଗେଇ ନେଇଥିଲେ। ୬ ଓଭରର ପାୱରପ୍ଲେରେ ସନ୍‍ରାଇଜର୍ସ ୨୬ ରନ୍‍ କରିଥିଲା। ୧୦ ଓଭରରେ ୨ୟ ୱିକେଟ୍‍ ପାଇଁ ୱାର୍ଣ୍ଣର ଓ ପାଣ୍ଡେ ୭୩ ରନ୍‍ ଯୋଡ଼ିଥିଲେ। ଅଧିନାୟକ ଡେଭିଡ୍‍ ୱାର୍ଣ୍ଣର ପ୍ରଭାବଶାଳୀ ବ୍ୟାଟିଂକରି ୩୮ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୪୮ ରନ୍‍ କରିଥିଲେ। ଅର୍ଦ୍ଧଶତକ ହାସଲ କରିଥିବା ମନୀଷ ପାଣ୍ଡେ ୪୪ ବଲ୍‍ରୁ ୩ଟି ଛକା ଓ ୨ଟି ଚୌକା ସହ ୫୪ ରନ୍‍ କରିଥିଲେ। ଶେଷ ୧୪ ବଲ୍‍ରୁ କେନ୍‍ ୱିଲିୟମ୍‍ସନ ଓ ପ୍ରିୟମ୍‍ ଗର୍ଗ ୩୬ ରନ୍‍ ନେଇଥିଲେ। ଇନିଂସର ଅନ୍ତିମ ବଲରେ ଆଉଟ ହୋଇଥିବା ଗର୍ଗ ୮ ବଲ୍‍ରୁ ୧୫ ରନ୍‍ କରିଥିଲେ। ୱିଲିୟମ୍‍ସନ ୧୨ ବଲ୍‍ରୁ ୨ଟି ଛକା ସହ ୨୨ ରନ୍‍ କରିଥିଲେ। ଜୋଫ୍ରା ଆର୍ଚର, କାର୍ତ୍ତିକ ତ୍ୟାଗୀ ଓ ଜୟଦେବ ଉନାଦ୍‍କତ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।
ଏହି ଧିମା ପିଚ୍‍ରେ ୧୫୯ ରନ୍‍ର ପିଛାକରିବା ସହଜ ନଥିଲା। ଏହାସହ ୪.୧ ଓଭର ସୁଦ୍ଧା ରାଜସ୍ଥାନ ରୟାଲ୍‍ସର ୩ ବିଦେଶୀ ଖେଳାଳି ତଥା ମ୍ୟାଚ୍‍ ବିଜେତା ବ୍ୟାଟ୍‍ସମ୍ୟାନ୍‍ ଆଉଟ ହୋଇ ଯାଇଥିଲେ। ଚଳିତ ଆଇପିଏଲ୍‍ରେ ପ୍ରଥମ ମ୍ୟାଚ୍‍ ଖେଳିଥିବା ଇଂଲଣ୍ଡର ଅଲ୍‍ରାଉଣ୍ଡ ବେନ୍‍ ଷ୍ଟୋକ୍‍ସ ୫ ରନ୍‍କରି ବିଦାୟ ନେଇଥିଲେ। ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ ମଧ୍ୟ ୫ ରନ୍‍ କରିଥିଲେ। ଓପ୍‍ନର ଜୋସ୍‍ ବଟ୍‍ଲର ୧୩ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‍ କରିଥିଲେ। ୨୬ ରନରେ ୩ଟି ୱିକେଟ ପଡ଼ିଯିବା ପରେ ସଞ୍ଜୁ ସାମ୍‍ସନ ଓ ରବିନ୍‍ ଉଥପ୍ପା ୫ ଓଭରରେ ୩୭ ରନ୍‍ ଯୋଡ଼ିଥିଲେ। ଉଥପ୍ପା ୧୫ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ରନ୍‍ କରିଥିଲେ। ୩ ଓଭର ପରେ ୨୫ ବଲ୍‍ରୁ ୩ଟି ଚୌକା ସହ ୨୬ ରନ୍‍କରି ସଞ୍ଜୁ ସାମ୍‍ସନ ଆଉଟ ହୋଇଥିଲେ। ଆସାମର ଯୁବ ବ୍ୟାଟ୍‍ସମ୍ୟାନ୍‍ ରିୟାନ୍‍ ପରାଗ ଓ ହରିୟାଣାର ରାହୁଲ ତିୱତିଆ କ୍ରିଜରେ ଥିବା ବେଳେ ଶେଷ ୫ ଓଭରରୁ ରାଜସ୍ଥାନ ରୟାଲ୍‍ସ ୬୫ ରନ୍‍ ଆବଶ୍ୟକ କରୁଥିଲା। ପରାଗ-ତିୱତିଆ ଆକ୍ରମଣ କରିଥିଲେ ଏବଂ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ଦୁହେଁ ଅବିଭାଜିତ ୬ଷ୍ଠ ୱିକେଟ ପାଇଁ ୭.୫ ଓଭରରୁ ୮୫ ରନ୍‍ ଯୋଡ଼ିଥିଲେ। ବାମହାତି ତିୱତିଆ ୨୮ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୪୫ ଏବଂ ପରାଗ ୨୬ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୨ ରନ୍‍କରି ଅପରାଜିତ ଥିଲେ। ଖଲିଲ ଅହମ୍ମଦ ଓ ରସିଦ୍‍ ଖାଁ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରାହୁଲ ତିୱତିଆ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories