www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରଜରାଜନଗର ରାସ୍ତା ବିପଦଜନକ, ତେଜୁଛି ଜନ ଅସନ୍ତୋଷ

ବ୍ରଜରାଜନଗର: ବ୍ରଜରାଜନଗର ସହରର ମୁଖ୍ୟ ରାସ୍ତାରେ ହୋଇଥିବା ଖାଲ ଖମାକୁ ଯୋଗୁଁ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି। ଟନେଲ ରୋଡରୁ ରେଳ ଷ୍ଟେସନ ରାସ୍ତା ଅତ୍ୟନ୍ତ ବିପଦଜନକ ହୋଇ ପଡ଼ିଥିବାରୁ ଲୋକେ ସୋସିଆଲ ମିଡିଆରେ ଆଜି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୋୖର ପରିଷଦ କଲ୍ୟାଣ ମଣ୍ଡପ ସମ୍ମୁଖର ଏହି ରାସ୍ତାରେ ନିର୍ବାଚିତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଯାତାୟତ କରୁଥିଲେ ହେଁ କାହାରି ନଜର ଏଥି ପ୍ରତି ପଡୁନଥିବା ଅଭିଯୋଗ ହୋଇଛି।

- Advertisement -

ଶୋଚନୀୟ ରାସ୍ତାଟି ମରଣଯନ୍ତା ପଲଟିଥିବାରୁ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକେ ଲହୁ ଲୁହାଣ ହେଉ ଥିବା ଅଭିଯୋଗ ହେଉଛି। ବିଶେଷ କରି ରାତିରେ ଏହି ରାସ୍ତା ଅତ୍ୟନ୍ତ ବିପଦଜନ ହୋଇ ପଡିଛି। ଏହି ପରିପ୍ରେକ୍ଷୀରେ ଭବିଷ୍ୟତରେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ନ ପାରେ। ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ମରାମତି କରିବା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଛି। ସେପଟେ ସରକାର ରାଜସ୍ବ ବାବଦରେ ଶହ ଶହ କୋଟି ଟଙ୍କା ବ୍ରଜରାଜନଗର ଅଂଚଳରୁ ଆଦାୟ କରୁଥିବା ବେଳେ ଏଭଳି ସମସ୍ୟା ଦୀପ ତଳ ଅନ୍ଧାର ବୋଲି ପ୍ରତୀତ ହେଉଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଅନ୍ୟପଟେ ବହୁ ମାସ ଧରି ଏହି ସମସ୍ୟା ଲାଗି ରହିଥିଲେ ହେଁ ପ୍ରଶାସନ ଧ୍ୟାନ ଦେଉ ନ ଥିବାରୁ ଏକ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧୁ ଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories