www.samajalive.in
Monday, December 8, 2025
17.1 C
Bhubaneswar

ଉପ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟର ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପ ନିର୍ବାଚନ କାର୍ୟ୍ୟସୂଚୀ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି, ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ୧୭ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଓ ୧୯ ତାରିଖରେ ପ୍ରତ୍ୟାହାର ପାଇଁ ଦିନ ଧାର୍ୟ୍ୟ କରାଯାଇଛି। ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ କରାଯିବ। ୧୦ ତାରିଖରେ ଭୋଟ ଗଣତି ହେବ। ନଭେମ୍ବର ୧୨ ତାରିଖରେ ଉପ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

କୋଭିଡ ମହାମାରୀ ସମୟରେ ନିର୍ବାଚନ ପରିଚାଳନା ଆମ ପାଇଁ ଏକ ଆହ୍ୱାନ ବୋଲି ଶ୍ରୀ ଲୋହାନୀ କହିଛନ୍ତି। ନାମାଙ୍କନପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ ସର୍ବାଧିକ ଦୁଇଜଣ ବ୍ୟକ୍ତି ଯାଇପାରିବେ ଏବଂ ଦୁଇଟି ଗାଡ଼ି ବ୍ୟବହାର କରିପାରିବେ। ଜିଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ଏକ ହଲରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତର ରକ୍ଷା କରି ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ।

- Advertisement -

୮୦ବର୍ଷରୁ ଊର୍ଦ୍ଧ୍ବ, କେଭିଡ ଆକ୍ରାନ୍ତ ଏବଂ ସନ୍ଦିଗ୍ଧ କୋଭିଡ ଭୋଟରମାନେ ଚାହିଁଲେ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇପାରିବେ। ଏଥିନିମନ୍ତେ ନାମାଙ୍କନପତ୍ର ଦାଖଲ ଦିନଠାରୁ ଅକ୍ଟୋବର ୧୪ ତାରିଖ ମଧ୍ୟରେ ସେମାନେ ଫର୍ମ ୧୨(ଘ) ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିବେ। ଏହାପରେ ପୋଷ୍ଟାଲ ବାଲାଟରେ ଭୋଟ ଦେବାକୁ ଚାହୁଁଥିବା ଭୋଟରଙ୍କର ଏକ ତାଲିକା ପ୍ରସ୍ତୁତ ହେବ। ଅକ୍ଟୋବର ୨୦ ତାରିଖ ପରେ ପୋଲିଂ ଅଧିକାରୀମାନେ ଘରକୁ ଘର ବୁଲି ପୂର୍ଣ୍ଣ ଗୋପନୀୟତା ରକ୍ଷା ପୂର୍ବକ ମୁଦା ଲଫାପା ଦ୍ୱାରା ପୋଷ୍ଟାଲ ବାଲାଟ ଭୋଟ ସଂଗ୍ରହ କରିବେ। ଏହି ପ୍ରକ୍ରିୟା ନିର୍ଦ୍ଧାରିତ ଭୋଟ ଗ୍ରହଣର ଦିନକ ପୂର୍ବରୁ ସରିବ।

ରାଜନୈତିକ ଦଳ ପକ୍ଷରୁ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର ବେଳେ ପ୍ରାର୍ଥୀଙ୍କ ସହ ସୁରକ୍ଷା କର୍ମୀଙ୍କୁ ଛାଡ଼ି ସର୍ବାଧିକ ୫ଜଣ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଯାଇପାରିବେ। ନିର୍ବାଚନୀ ସଭା ନିମନ୍ତେ ଜିଲା ନିର୍ବାଚନ ଅଧିକାରୀ ଏକ ନିର୍ବିବାଦୀୟ ପ୍ରସସ୍ଥ ତଥା ବଡ଼ ସ୍ଥାନ ନିରୂପଣ କରିବେ। ସେଠାରେ ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ ସାମାଜିକ ଦୂରତ୍ୱ ସହ ନିର୍ବାଚନୀ ସଭା କରାଯିବ।

କୋଭିଡ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ପ୍ରତି ବୁଥରେ ସର୍ବାଧିକ ୧୦୦୦ଭୋଟର ଭୋଟ ଦେଇପାରିବେ। ଏହାଦ୍ୱାରା ବୁଥ ସଂଖ୍ୟା ବୃଦ୍ଧି ପାଇବ ଓ ଶୀଘ୍ର ଭୋଟ ଗ୍ରହଣ ସରିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟଗ୍ରହଣ କରାଯିବ। ଭୋଟ ଗ୍ରହଣ ବେଳେ ସମସ୍ତ ଭୋଟର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସେ କହିଛନ୍ତି। ପ୍ରଶାସନ ପକ୍ଷରୁ ଭୋଟ ଗ୍ରହଣ ନିମନ୍ତେ ସବୁ ଭୋଟରଙ୍କୁ ଗ୍ଲୋବ୍ସ ଯୋଗାଇ ଦିଆଯିବ। ଭୋଟ ଗ୍ରହଣ ସମୟରେ କୌଣସି ବ୍ୟକ୍ତିଙ୍କ ଠାରେ ଯଦି କୋଭିଡ ଲକ୍ଷଣ ପ୍ରକାଶ ପାଏ ତେବେ ସଂପୃକ୍ତ ଭୋଟରଙ୍କୁ ଭୋଟ ଗ୍ରହଣ ଶେଷ ପର୍ୟ୍ୟାୟରେ ମତଦାନ ପାଇଁ ସୁଯୋଗ ଦିଆଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories