www.samajalive.in
Wednesday, December 10, 2025
18.1 C
Bhubaneswar

ଖାଉଟି ସାମଗ୍ରୀ ଦର ଅତ୍ୟଧିକ ବୃଦ୍ଧି; ସମସ୍ୟାରେ ଇମ୍ରାନ ଖାଁ ସରକାର

ଋଣଗ୍ରସ୍ତ ପାକିସ୍ଥାନରେ ମୁଦ୍ରାସ୍ଫୀତି ଏବେ ଶୀର୍ଷସ୍ତରରେ ପହଞ୍ଚିଛି । ଗହମର ମୂଲ୍ୟ ରେକର୍ଡ଼ ବୃଦ୍ଧି ପାଇଛି ଓ କିଲୋ ପିଛା ୬୦ ଟଙ୍କାରେ ପହଞ୍ଚିଛି । କରାଚୀ ଓ ଲାହୋର ବଜାରରେ  ୪୦ କିଲୋଗ୍ରାମ ଗହମ ପ୍ୟାକେଟ ୨୪୦୦ ଟଙ୍କାରେ ବିକ୍ରି ହେଉଛି । ଦି ନ୍ୟୁଜ୍ ଅନୁସାରେ କେବଳ ଗହମ ନୁହେଁ ଅନ୍ୟ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ବେଶ ବୃଦ୍ଧି ପାଇଛି । ଆଳୁ କିଲୋ ୬୦ ଟଙ୍କା, ଟମାଟୋ ୧୩୦ ଟଙ୍କା, ମଟରଛୁଇଁ ୨୦୦ ଟଙ୍କା, କଲରା ୧୦୦ ଟଙ୍କା, କ୍ୟାପସିକମ୍ ୨୦୦ ଟଙ୍କା, କାକୁଡ଼ି ୮୦ ଟଙ୍କା, ଅଦା ୫୩୦ ଟଙ୍କା, ରଶୁଣ ୧୫୦ ଟଙ୍କାରେ ପହଞ୍ଚିଛି ।

ଗତ ବର୍ଷ ଡିସେମ୍ବରରେ ଗହମର ମୂଲ୍ୟ  କିଲୋଗ୍ରାମ ପିଛା ୫୦ଟଙ୍କା ଥିଲା। ଚଳିତ ବର୍ଷ ୫ ଅକ୍ଟୋବରରେ ଗହମର ମୂଲ୍ୟ ୪୦ କିଲୋଗ୍ରାମକୁ ୨୪୦୦ ଟଙ୍କାରେ ପହଞ୍ଚିଛି। ତେଣୁ ଗହମର କ୍ରୟ ମୂଲ୍ୟ ତୁରନ୍ତ ସ୍ଥିର କରିବାକୁ ଅଲ ପାକିସ୍ତାନ ଫ୍ଲୋର ଆସୋସିଏସନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ।   ଦେଶରେ ଗହମର ଅଭାବ ମିଲ ମାଲିକଙ୍କ କାରଣରୁ ନୁହେଁ ବରଂ ପ୍ରଭାବଶାଳୀ ଲୋକଙ୍କ ପାଇଁ ହୋଇଛି ବୋଲି ଆସୋସିଏସନ ଅଭିଯୋଗ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ରୁଷରୁ ୨ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆମଦାନୀକୁ ଅନୁମୋଦନ କରିଛନ୍ତି। ଏହି ଗହମ ଚଳିତ ମାସରେ ଆସିପାରେ ।

- Advertisement -

ଏହି ସମୟରେ କେବଳ ପାକିସ୍ତାନରେ ଗହମ ମହଙ୍ଗା ହୋଇନାହିଁ, ଟମାଟୋ, ଆଳୁ, ସୁଧ, ଚିନି ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୦୨୦ ରେ ଗ୍ରାହକ ମୂଲ୍ୟ ସୂଚକାଙ୍କ ୯% ବୃଦ୍ଧି ହୋଇଛି | ପାକିସ୍ତାନରେ ମୁଦ୍ରାସ୍ଫୀତି  ଅନିୟନ୍ତ୍ରିତ ହେବା ନୂଆ ନୁହେଁ, କିନ୍ତୁ ଏଥର ପରିସ୍ଥିତି ଅଲଗା । ପାକିସ୍ତାନରେ ମୁଦ୍ରାସ୍ଫୀତିର ଏଭଳି ବୃଦ୍ଧି ଇମ୍ରାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।  ବିରୋଧୀ ଇମ୍ରାନଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories