www.samajalive.in
Sunday, December 7, 2025
16.1 C
Bhubaneswar

ପରଲୋକରେ କ୍ରୀଡ଼ା ପ୍ରଶିକ୍ଷକ ଶିବ ପଟ୍ଟନାୟକ

ନବରଙ୍ଗପୁର: ନବରଙ୍ଗପୁର ମହିଳା ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଶିବରାମ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳେକୁ ତାଙ୍କୁ ପ୍ରାୟ ୫୨ ବର୍ଷ ହୋଇଥିଲା। ସେ ଗୁରୁତର ଅସୁସ୍ଥ ହୋଇ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତ ତିନିଦିନ ହେଲା ଅସୁସ୍ଥ ହେବାପରେ ଜିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ କରୋନା ପରୀକ୍ଷା କରିବା ପରେ ନେଗେଟିଭ ଆସିଥିଲା। ତେବେ ଅଧିକ ଗୁରୁତର ହେବା ପରେ ସୋମବାର ଦିନ ବିଶାଖାପାଟଣା ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ କରୋନା ପଜିଟିଭ ବାହାରିଥିବା ଜଣାପଡିଥିଲା। ତେବେ ତାଙ୍କୁ ଆସିୟୁରେ ରଖାଯିବା ପରେ ମଧ୍ୟ କୈାଣସି ସୁଫଳ ମିଳି ନ ଥିଲା। ସେ ସହରର ଜଣେ କ୍ରୀଡାବିତ ଭାବେ ସୁପରଚିତ ଥିଲେ। ଜିଲାର କ୍ରୀଡାର ବିକାଶ ପାଇଁ ବହୁ କାର୍ଯ୍ୟ କରିଥିଲେ। ମହିଳା ମହାବିଦ୍ୟାଳୟରେ କ୍ରୀଡା କ୍ଷେତ୍ରରେ ବିଶ୍ୱ ବିଦ୍ୟାଳୟସ୍ତରରେ ଏକ ନମ୍ବର କରିଥିଲେ। ପୂର୍ବରୁ ଆଇନଜୀବୀ ଭାବେ ଜିଲା ଅଦାଲତରେ ପ୍ରାକ୍ଟିସ୍‍ କରିଥିବାବେଳେ ଦୀର୍ଘବର୍ଷ ଧରି ସାମ୍ବାଦିକ ଭାବେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟକରିଥିଲେ। ଜଣେ ସୁସଙ୍ଗଠକ, ସୁବକ୍ତା ଓ ପରୋପକାରୀ ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗର ଖବର ମିଳିବା ପରେ ସହରରେ ଶୋକରଛାୟା ଖେଳିଯାଇଛି। ଅପରାହ୍ନରେ ଏକ ଆମ୍ବୁଲାନ୍ସରେ ଶବ ପାଞ୍ଜିଆ ସାହି ବାସଭବନରେ ପହଞ୍ଚିବା ପରେ ଇନ୍ଦ୍ରାବତୀ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ କରାଯାଇଛି। ତାଙ୍କର ଶିକ୍ଷୟିତ୍ରୀ ପତ୍ନୀ ସମେତ ଏକ ମାତ୍ର ୧୨ ବର୍ଷର ପୁଅ ରହିଛି। ଜିଲା ଆଇନଜୀବୀ, ସାମ୍ବାଦିକ ଓ ବୁଦ୍ଧିଜୀବୀ, ମହିଳା ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରୀଙ୍କର ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କର ବିୟୋଗରେ ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପୂର୍ବତନ ଜିଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ, ଜିଲା ବିଜେପି ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ବିଧାୟକ ସଦନ ନାୟକ, ବିଜେପି ନେତା ଗୈାରୀଶଙ୍କର ମାଝୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତିି।

 

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories