www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଭାରତୀୟଙ୍କୁ କରୋନା ଟୀକାକରଣ ଯୋଜନା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ କୋଭିଡ-୧୯ ହେଉଛି ଏକ ବିଶ୍ୱସ୍ତରୀୟ ଆହ୍ୱାନ ଓ ଏଥିପାଇଁ ବିଶ୍ୱସ୍ଥରୀୟ ସମାଧାନ ଆବଶ୍ୟକ। ସମୟ ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ସତର୍କତା ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ‘ରବିବାର ସମ୍ବାଦ’ରେ ତାଙ୍କର ସାପ୍ତାହିକ ସମ୍ବୋଧନରେ ଡକ୍ଟର ହର୍ଷ ବର୍ଦ୍ଧନ କରୋନା ମହାମାରୀ ମୁକାବିଲା ଦିଗରେ ଭାରତର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୦ରୁ ୨୫ କୋଟି ଭାରତୀୟଙ୍କୁ କରୋନା ଟୀକା ଦିଆଯିବାକୁ ସରକାର ଯୋଜନା କରିଥିବା ହର୍ଷ ବର୍ଦ୍ଧନ କହିଛନ୍ତି। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦ରୁ ୫୦ କୋଟି କୋଭିଡ-୧୯ ଟିକା ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

ଦେଶରେ କରୋନା ଟିକା ଉପଲବ୍ଧତା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ ଟୀକାକରଣ ସମ୍ପର୍କରେ ସେ କହିଛନ୍ତି ଯେ ବର୍ତ୍ତମାନ ଏହି ଟୀକା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସ୍ଥରରେ ରହିଛି ଓ ଟିକା ଉପଲବ୍ଧ ହେବାର ସମୟ ସୀମା ଆକଳନ ପାଇଁ ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଟିକା ଉତ୍ପାଦନକାରୀ କମ୍ପାନୀ ସହ ଶୀଘ୍ର ଯୋଗାଣ ପ୍ରଣାଳୀ ଏବଂ ଟିକା ସଂରକ୍ଷଣ ସୁବିଧା ଉପରେ କାର୍ଯ୍ୟ କରିବାକୁ ସରକାର ଆଲୋଚନା କରୁଛନ୍ତି। ସେ କହିଛନ୍ତି, ଟୀକା ଯୋଗାଣ ଚୂଡ଼ାନ୍ତ ହେବା ପରେ ପ୍ରାଥମିକତା ଭିତ୍ତିରେ ଅଧିକ ବିପଦ ଥିବା ଓ ଜରୁରୀ ଟୀକା ଆବଶ୍ୟକ କରୁଥିବା ଲୋକଙ୍କ ସଂଖ୍ୟା ଆକଳନ କରାଯାଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories