www.samajalive.in
Monday, December 8, 2025
13.1 C
Bhubaneswar

ସନ୍‍ରାଇଜର୍ସକୁ ହରାଇ ଶୀର୍ଷକୁ ଉଠିଲା ମୁମ୍ବଇ

ସାରଜା : ଚଳିତ ଆଇପିଏଲରେ ପ୍ରଥମଥର ପାଇଁ ପଏଣ୍ଟ ଟେବୁଲ୍‍ର ଶୀର୍ଷକୁ ଉଠିପାରିଛି ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ। ରବିବାର ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ସନ୍‍ରାଇଜର୍ସ ହାଇଦରାବାଦକୁ ୩୪ ରନରେ ମୁମ୍ବଇ ପରାସ୍ତ କରିଛି। ୫ମ ମ୍ୟାଚରେ ଏହା ମୁମ୍ବଇ ଇଣ୍ଡିଆନ୍‍ସର ୩ୟ ବିଜୟ। କ୍ୱିିଣ୍ଟନ ଡି କକ୍‍ଙ୍କ ଅର୍ଦ୍ଧଶତକ ଏବଂ ସମସ୍ତ ମଧ୍ୟକ୍ରମ ବ୍ୟାଟ୍‍ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବଇ ୨୦ ଓଭରରେ ୫ ୱିକେଟ୍‍ରେ ୨୦୮ ରନ୍‍ର ପ୍ରଭାବଶାଳୀ ସ୍କୋର୍‍ କରି ପାରିଥିଲା। ପରେ ଅଧିନାୟକ ଡେଭିଡ୍‍ ୱାର୍ଣ୍ଣରଙ୍କ ଦର୍ଶନୀୟ ଅର୍ଦ୍ଧଶତକ ସତ୍ତ୍ବେ ସନ୍‍ରାଇଜର୍ସ ହାଇଦରାବାଦ ୭ ୱିକେଟରେ ୧୭୪ ରନ୍‍ କରି ପାରିଥିଲା। ସନ୍‍ରାଇଜର୍ସ ୫ମ ମ୍ୟାଚରେ ୩ୟ ପରାଜୟ ବରଣ କରିଛି।
ଟସ୍‍ ଜିତି ମୁମ୍ବଇ ଇଣ୍ଡିଆନ୍‍ସ ବ୍ୟାଟିଂ ନେଇଥିଲା। ଅଧିନାୟକ ରୋହିତ ଶର୍ମା ୬ ରନ୍‍କରି ପ୍ରଥମ ଓଭରରେ ଆଉଟ ହୋଇ ଯାଇଥିଲେ। ତେବେ ଅନ୍ୟ ଓପ୍‍ନର କ୍ୱିଣ୍ଟନ ଡି କକ୍‍ ଓ ସୂର୍ଯ୍ୟକୁମାର ଯାଦବ ନିୟମିତ ଷ୍ଟ୍ରୋକ୍‍ ଖେଳିଥିଲେ ଏବଂ ୫ ଓଭରରେ ୪୨ ରନ୍‍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୧୮ ବଲ୍‍ରୁ ୬ଟି ଚୌକା ସହ ୨୭ ରନ୍‍ କରିଥିଲେ। ୩ୟ ୱିକେଟ ପାଇଁ ଡି କକ୍‍ ଓ ଇଶାନ୍‍ କିଷନ୍‍ ୪୪ ବଲ୍‍ରୁ ୭୮ ରନ୍‍ ଯୋଡ଼ିଥିଲେ। ମୁମ୍ବଇ ୧୧ ଓଭରରେ ୯୪ ରନ୍‍ କରିଥିବା ବେଳେ ଶେଷ ୯ ଓଭରରୁ ୧୧୪ ରନ୍‍ ନେଇ ପାରିଥିଲା। ବାମହାତି ଇଶାନ୍‍ କିଷନ୍‍ ୨୩ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‍ କରିଥିଲେ। କ୍ୱିଣ୍ଟନ୍‍ ଡି କକ୍‍ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୩୯ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୭ ରନ୍‍କରି ଆଉଟ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ଓ କୈରନ୍‍ ପୋଲାର୍ଡ ଦ୍ରୁତ ୪୧ ରନ୍‍ ଯୋଡ଼ିଥିଲେ। ହାର୍ଦିକ ୧୯ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୮ ରନ୍‍ କରିଥିଲେ। ଇନିଂସର ଶେଷ ୪ଟି ବଲ୍‍ରୁ ହାର୍ଦିକଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ୨ଟି ଲେଖାଏଁ ଛକା ଓ ଚୌକା ମାରି ୨୦ ରନ୍‍କରି ଅପରାଜିତ ଥିଲେ। ପୋଲାର୍ଡ ୧୩ ବଲ୍‍ରୁ ୩ଟି ଛକା ସହ ୨୫ ରନ୍‍କରି ଅପରାଜିତ ଥିଲେ। ସନ୍ଦୀପ ଶର୍ମା ଓ ସିଦ୍ଧାର୍ଥ କୌଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।
୨୦୯ ରନ୍‍ ଲକ୍ଷ୍ୟରେ ସନ୍‍ରାଇଜର୍ସ ହାଇଦରାବାଦ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ୪ ଓଭରରେ ୩୪ ରନ୍‍ ସ୍କୋର୍‍ ଥିବା ବେଳେ ଜନି ବେୟାରଷ୍ଟୋ ୧୫ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍‍କରି ବିଦାୟ ନେଇଥିଲେ। ୨ୟ ୱିକେଟ ପାଇଁ ଡେଭିଡ୍‍ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଚମତ୍କାର ବ୍ୟାଟିଂ କରିଥିଲେ। ୬୦ ରନ୍‍ର ଭାଗିଦାରୀ ପରେ ପାଣ୍ଡେ ଆଉଟ୍‍ ହୋଇଥିଲେ। ମନୀଷ ପାଣ୍ଡେ ୧୯ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୦ ରନ୍‍ କରିଥିଲେ। କେନ୍‍ ୱିଲିୟମ୍‍ସନ ୩ ଓ ପ୍ରିୟମ୍‍ ଗର୍ଗ ୮ ରନ୍‍ କରି ପାରିଥିଲେ। ୧୬ଶ ଓଭରରେ ଡେଭିଡ୍‍ ୱାର୍ଣ୍ଣର ଆଉଟ୍‍ ହୋଇଯିବା ପରେ ସନ୍‍ରାଇଜର୍ସର ବିଜୟ ଆଶା ମଉଳି ଯାଇଥିଲା। ବାମହାତି ୱାର୍ଣ୍ଣର ୪୪ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୬୦ ରନ୍‍ କରିଥିଲେ। ଅବ୍‍ଦୁଲ ସମାଦ୍‍ ୯ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୦ ରନ୍‍ କରିଥିଲେ। ୩ ପେସ୍‍ ବୋଲର ଟ୍ରେଣ୍ଟ୍‍ ବୋଲ୍‍ଟ, ଯଶପ୍ରୀତ ବୁମ୍‍ରା ଓ ଜେମ୍‍ସ ପ୍ୟାଟିନ୍‍ସନ ୨ଟି ଲେଖାଏଁ ୱିକେଟ ପାଇଥିଲେ। ଟ୍ରେଣ୍ଟ୍‍ ବୋଲ୍‍ଟ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories