www.samajalive.in
Monday, December 8, 2025
27.1 C
Bhubaneswar

ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ବଢ଼ୁଛି କରୋନା ସଂକ୍ରମଣ; ୩୦୬୬ କର୍ମଚାରୀ ସଂକ୍ରମିତ ,ଗଲାଣି ୧୪ ମୁଣ୍ଡ

ଭୁବନେଶ୍ବର : ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ବାଦ୍‌ ଯାଇନାହାନ୍ତି ବ୍ୟାଙ୍କ କର୍ମଚାରୀ। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମଣ ମାତ୍ରା ବଢ଼ିବାରେ ଲାଗିଛି।​‌ ବିଭିନ୍ନ ବ୍ୟାଙ୍କର ୩୦୬୬ କର୍ମଚାରୀ ଏବେ କରୋନା ସଂକ୍ରମିତ। ଏମିତିକି କରୋନାରେ ୧୪ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କରେ କାର୍ଯ୍ୟ ସମ୍ପାଦନ କରାଯାଉଛି। ତେଣୁ ଏଭଳି ପରିସ୍ଥିତିରେ ୫୦%ରୁ ୭୫% କର୍ମଚାରୀଙ୍କୁ ନେଇ ବ୍ୟାଙ୍କ କାମ କରିବାକୁ ଅନୁମତି ଦେବାକୁ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ଏହାଫଳରେ ସଂକ୍ରମଣର ଚେନ୍‌କୁ ରୋକାଯାଇପାରିବ ବୋଲି କୁହାଯାଇଛି। ସେହିଭଳି ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି। ଇତିମଧ୍ୟରେ ପ୍ରଥମ ଶନିବାର ଶେଷ ହୋଇଯାଇଛି। ତେଣୁ ଚଳିତମାସର ତୃତୀୟ ଶନିବାରକୁ ବ୍ୟାଙ୍କ ବନ୍ଦ ଘୋଷଣା କରିବାକୁ ମଧ୍ୟ ଏସ୍‌ଏଲ୍‌ବିସି ଦାବି ଉପସ୍ଥାପନ କରିଛି। ତେବେ ବର୍ତ୍ତମାନ ସ୍ଥିତିରେ ବ୍ୟାଙ୍କ କାର୍ଯ୍ୟ ନିର୍ଘଣ୍ଟ ସମୟକୁ ସକାଳ ୧୦ଟାରୁ ଦିନ ୨ଟା କରିବାକୁ ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘର ଓଡ଼ିଶା ଶାଖା ସଭାପତି ଦାମୋଦର ନନ୍ଦ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories