www.samajalive.in
Sunday, December 7, 2025
15.1 C
Bhubaneswar

ସ୍କୁଲ ମିଶ୍ରଣ ଯୋଗୁଁ ବିଭିନ୍ନ ଗାଁରେ ବଢୁଛି ଅସନ୍ତୋଷ; ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବିଭାବକ ସଂଘର ଧାରଣା

ବଲାଙ୍ଗିର : ଯେଉଁ ଗାଁର ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି, ସେହି ସ୍କୁଲ ଉଠେଇ ନେବାକୁ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। ଏ ନେଇ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ କାମ ଆରମ୍ଭ କରି ଦେଇଛି। ସରକାରୀ ନୋଟିସ ମଧ୍ୟ ବାହାରି ସାରିଛି। ହେଲେ ବିଭିନ୍ନ ଗାଁରେ ସରକାରଙ୍କ ଏହି ନିଷ୍ପତ୍ତିକୁ ବର୍ତ୍ତମାନ ତୀବ୍ର ବିରୋଧ କରାଯାଉଛି। ଏଇ ଗଲା ଦୁଇ ସପ୍ତାହ ମଧ୍ୟରେ ଜିଲାର ବିଭିନ୍ନ ଗାଁରୁ ଗ୍ରାମବାସୀ ଆସି ସ୍କୁଲ ସ୍ଥାନାନ୍ତରଣକୁ ତୀବ୍ର ବିରୋଧ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ଦେଉଛନ୍ତି। ସମସ୍ତଙ୍କ ଦାବି ହେଲା ଗାଁ ସ୍କୁଲରେ ପିଲା ପାଠ ପଢୁଥିବା ବେଳେ ଏହା ଯଦି ଅନ୍ୟତ୍ର ଯାଏ ତାହା ହେଲେ ପିଲା ସେଠାକୁ ଯିବା ଆସିବାରେ ଅସୁବିଧା ହେବ। କୁନି କୁନି ଶିଶୁମାନେ ଦୂର ସ୍ଥାନକୁ ଯାଇ ପାଠ ମଧ୍ୟ ପଢି ପାରିବେ ନାହିଁ ବୋଲି ଅବିଭାବକମାନେ ଯୁକ୍ତି ବାଢିଛନ୍ତି।

ତେବେ ସରକାରୀ ନୋଟିସ୍ ଅନୁଯାୟୀ, ୨୦ରୁ କମ ଥିଲେ ସେହି ସ୍କୁଲ ମାନଙ୍କୁ ବନ୍ଦ କରି ଦିଆଯାଉଛି। ବଲାଙ୍ଗିର ଜିଲାରେ ପ୍ରାୟ ୩ ପ୍ରକାର ଏହି ଭଲି ସ୍କୁଲ ରହିଛି। ଜିଲାରେ ୨୦ରୁ କମ ଥିବା ପିଲା ସଂଖ୍ୟା ଥିବା ୧୯୨ ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରି ଦିଆଯାଇଛି। ଦ୍ୱିତୀୟତଃ ୧ କିମି ଦୂରତା ଥିବା ଗାଁ ମଧ୍ୟରେ ୪୩ ସ୍କୁଲ ମିଶ୍ରଣ ହୋଇଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ ଥିବା ପିଲା ସଂଖ୍ୟା ଥିବେ ସେହି ଭଲି ୪୧ ଟି ସ୍କୁଲ ସାରା ଜିଲାରେ ରହିଛି। ଯାହା ବିଭାଗୀୟ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ହସ୍ତଗତ ହୋଇଛି। ଜିଲାର ସ୍କୁଲ ମାନଙ୍କର ଏକ ସମୀକ୍ଷା କଲା ପରେ ଏହି ଭଳି ନିଷ୍ପତ୍ତି ନିଆଯାଇଥିଲା। ହେଲେ ଅଭିଭାବକ ଅବିଭାବିକାଙ୍କ ଅଭିଯୋଗ ହେଲା ଲକ୍ ଡାଉନ ଯୋଗୁଁ ସ୍କୁଲମାନଙ୍କରେ ପିଲା ଆଡମିସନ ନେଇ ପାରି ନାହାନ୍ତି। ତେଣୁ କମ ବେଶି ରହି ଯାଇଛନ୍ତି। ସରକାରଙ୍କ ନିୟମକୁ ସମ୍ମାନ ଜଣାଇ ଯେଉଁ ସ୍କୁଲରେ ନିର୍ଦ୍ଧାରିତ ସଂଖ୍ୟାର ପିଲା ରହିଛନ୍ତି ତାକୁ ଆଦୌ ବନ୍ଦ କରାନଯାଉ ବୋଲି ଦାବି କରିଛନ୍ତି। ଆଜି ଏ ନେଇ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଅବିଭାବକ ସଂଘ। ଭିଆଇପିର ଅଧ୍ୟକ୍ଷ ଡ. ବିପିନ କୁଶଲିଆଙ୍କ ନେତୃତ୍ୱରେ ଜିଲାର ବିଭିନ୍ନ ସ୍ଥାନରୁ ପ୍ରହଲ୍ଲାଦ ସାହୁ, କ୍ଷୀରୋଦ୍ର ବରିହା, ପ୍ରେମାନନ୍ଦ ପଧାନ, ରାଜେଶ ପଧାନ, ନୟନା ମିର୍ଦ୍ଧା, ସୁରେଖା ବିଶ୍ୱାଲ, ହୀରା ପଡିଆ, ବାସନ୍ତି ସାହୁ, ଅମୂଲ୍ୟ ବାରିକ, ମଣି ଗଡତ୍ୟା, ଶେଷଦେବ ସାହୁ, ବୀଣା ବାରିକ, କୁମାରୀ ଭୋଇ, ନିତ୍ୟାନନ୍ଦ ସାହୁଙ୍କ ସମେତ ସଂଘର ସଦସ୍ୟ/ସଦସ୍ୟାମାନେ ଧାରଣାରେ ସାମିଲ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories