www.samajalive.in
Sunday, December 7, 2025
15.1 C
Bhubaneswar

ବାଲେଶ୍ଵର ଉପନିର୍ବାଚନ: ବିଜେପି ଓ କଂଗ୍ରେସ ଅପେକ୍ଷା ବିଜେଡ଼ିରେ ଦାବିଦାର ଅଧିକ

ଉପନିର୍ବାଚନ ତାରିଖ ଘୋଷଣା ପରେ ବାଲେଶ୍ଵର ରାଜୀନୀତି ସରଗରମ । କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ସେଥିପାଇଁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ତିନି ପ୍ରମୁଖ ଦଳ ମଧ୍ୟରୁ ବିଜେପି ଓ କଂଗ୍ରେସରେ ପ୍ରାର୍ଥୀ ପଦ ଲାଗି ଯେତିକି ଚର୍ଚା, ତାଠାରୁ ଅଧିକ ଚର୍ଚା ବିଜେଡ଼ିରେ । ଇତିମଧ୍ୟରେ ବିଜେପି ଓ କଂଗ୍ରେସ ନିର୍ବାଚନ ପ୍ରଚାର ଲାଗି କମିଟି ଗଠନ କରିଛନ୍ତି । ବିଜେଡ଼ିରେ କମିଟି ଗଠନ ହୋଇଥିଲେ ମଧ୍ୟ ତାହା ବିଧିବଦ୍ଧ ଘୋଷଣା ହୋଇନାହିଁ କିମ୍ବା କାହାକୁ ପ୍ରାର୍ଥୀ କରାଯିବ ତାହା ଚୂଡ଼ାନ୍ତ ହୋଇପାରି ନାହିଁ  । ସ୍ବର୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ଏଠାରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଦଳୀୟ ମହଲରେ ଚର୍ଚା ଚାଲିଥିବାବେଳେ ପିସିସି ସଭାପତିଙ୍କ ପୁଅ ତଥା ଗତ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଏଠାରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି । ଅନ୍ୟପକ୍ଷରେ ବିଜେଡ଼ିରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ତାଙ୍କ ପତ୍ନୀ ସୁବାସିନୀ ଜେନା, ଅଭିନେତା ଅରିନ୍ଦମ ରାୟ, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସଙ୍କ ନାଁ ସହ ଆହୁରି ଅନେକଙ୍କ ନାଁ ଚର୍ଚାରେ ରହିଛି ।

୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟର ପ୍ରାର୍ଥୀ ଭାବେ ବିଜେଡିର ଜୀବନ ପ୍ରଦୀପ ଦାଶ ବିଜୟୀ ହୋଇଥିଲେ ହେଁ ପରବର୍ତୀ ସମୟରେ ସେ ବିଜେଡ଼ିରେ ଯୋଗ ଦେଇଥିଲେ ।  ୨୦୦୪ରେ  ଓଜିପିର ପ୍ରାର୍ଥୀ ଅରୁଣ ଦେ ଏବଂ ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ବିଜୟୀ ହୋଇଥିଲେ । ୨୦୧୯ରେ ଏହି ଆସନ ବିଜେପି ହାତକୁ ଯାଇଥିଲା ଓ ଦଳୀୟ ପ୍ରାର୍ଥୀ ମଦନମୋହନ ଦତ୍ତ ପ୍ରାୟ ୧୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ।  ତାଙ୍କୁ ୭୪,୮୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ପାଇଥିଲେ ୬୧,୪୦୯ ଖଣ୍ଡ ଭୋଟ ଓ କଂଗ୍ରେସକୁ ମାତ୍ର ୧୯,୭୦୪ ଖଣ୍ଡ ଭୋଟ ମିଳିଥିଲା । ମାତ୍ର ଉପନିର୍ବାଚନରେ କଂଗ୍ରେସ ଏଠାରୁ ବିଜୟୀ ହେବ ବୋଲି ଦଳ ଆଶା ବାନ୍ଧିଛି । ଗତ ନିର୍ବାଚନରେ ଦଳ ଏଠାରୁ ମାତ୍ର ୧୨.୪୫% ଭୋଟ ପାଇଥିବାବେଳେ ବିଜେପି ୪୭.୨୬% ଓ ବିଜେଡ଼ି ୩୮.୭୯% ​‌ଭୋଟ ପାଇଥିଲା ।

- Advertisement -

ଏହା ସତ୍ବେ ଉପନିର୍ବାଚନରେ ତିନି ରାଜନୈତିକ ଦଳ ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି । ବିଜେଡ଼ି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରାର୍ଥୀ ମନୋନୟନ ମୁଖ୍ୟମନ୍ତ୍ରୀ କରିବେ ଓ ଯାହାକୁ ପ୍ରାର୍ଥୀ କରାଯିବ ତାଙ୍କୁ ବିଜୟୀ କରିବା ଲାଗି ଦଳୀୟ ନେତାମାନେ ବିନାଦ୍ବିଧାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ସେହିପରି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ଵରରେ ବିଜେପି ବିଜୟୀ ହେବ ବୋଲି ମତ ଦେଇଛନ୍ତି । ଏହି ଆସନ ବିଜେପି ହାତରେ ଥିଲା ଓ ଭବିଷ୍ୟତରେ ମଧ୍ୟ ରହିବ ବାଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଏହି ଆସନ ଦଖଲ କରିବ ବୋଲି ଆଶା ବାନ୍ଧିଛି । ବିଧାୟକ ତାରାପ୍ରସାଦ ବାହିନୀପତି ଏଠାରେ କଂଗ୍ରେସ ବିଜୟୀ ହେବ ବୋଲି ମତ ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories