www.samajalive.in
Tuesday, December 9, 2025
16.1 C
Bhubaneswar

ଶବଦାହ କରିବାକୁ ଯାଇଥିବା ବେଳେ ଘରୁ ସୁନାଗହଣା ଲୁଟ୍ ଘଟଣା, ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ବୁର୍ଲା: ଶବଦାହ କରିବା ପାଇଁ ସପରିବାର ଶ୍ମସାନ ଘାଟକୁ ଯାଇଥିଲେ। ହେଲେ ଘରକୁ ଫେରି ଦେଖିବା ବେଳକୁ ଘରେ ଥିବା ସୁନା ଗହଣା ସବୁ ଦୁର୍ବୁତ୍ତ ଚୋରି କରି ନେଇଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏକ ମାମଲା ରୁଜୁ କରି ଚୁପ୍‍ ବସିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ଉକ୍ତ ଘଟଣା ଘଟିଛି ବୁର୍ଲା ସହରର ବୋର୍ଡ କଲୋନୀରେ ରହୁଥିବା ସାବିତ୍ରୀ ପାଣ୍ଡେଙ୍କ ଘରେ । ମିଳିଥିବା ସୂଚନା ମତେ ବୋର୍ଡ କଲୋନୀରେ ରହୁଥିବା ସାବିତ୍ରୀ ପାଣ୍ଡେଙ୍କ ବାପା ଗତ ୨୩ ତାରିଖ ଦିନ ମୃତ୍ୟୁ ହୋଇଥିଲା। ସପରିବାର ଶ୍ମସାନ ଘାଟକୁ ଶବ ଦାହ କରିବା ପାଇଁ ଯାଇଥିଲେ। ରାତି ହୋଇ ଯାଇଥିବାରୁ ଶ୍ମସାନରେ ରାତି ତମାମ୍‍ ପରିବାର ବର୍ଗ ସେଠାରେ ରହିଥିଲେ। ତା ପରଦିନ ଅର୍ଥାତ ୨୪ ତାରିଖ ଦିନ ଘରକୁ ଫେରି ଦେଖିବା ବେଳକୁ ତାଙ୍କ ଘର ତାଲା ଭାଙ୍ଗିବା ସହିତ ଘରଭିତରେ ଥିବା ଆଲମିରାର ମଧ୍ୟ ତାଲା ଭଙ୍ଗା ଯାଇଥିଲା। ଏହାପରେ ପରିବାରଲୋକେ ଦେଖିବା ବେଳକୁ ସୁନାର ୨ଟି ଚେନ୍‍, ୩ ହଲ କାନଫୁଲ, ୪ ଟି ମୁଦି ଓ ଗୋଟିଏ ହାର ସମେତ ୬ ଟି ନାକଫୁଲକୁ ମିଶାଇ ଏକାଧିକ ରୁପା ଗହଣା ମଧ୍ୟ ଚୋରି ହୋଇଯାଇଥିବା ଦେଖିଥିଲେ। ଏଥିସହିତ ନଗଦ ୩ ହଜାର ଟଙ୍କା ମଧ୍ୟ ଦୁର୍ବୁତ୍ତ ମାନେ ଚୋରୀ କରି ନେଇଥିବା ଶ୍ରୀମତି ପାଣ୍ଡେ ବୁର୍ଲା ଥାନାରେ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ପୁଲିସ ଯଥାଶିଘ୍ର ତଦନ୍ତ କରି ଦୁର୍ବୁତ୍ତ ମାନଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories