ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରମାଗତ ବୃଦ୍ଧି ପାଇଁ କୃଷକମାନଙ୍କୁ ଆଶ୍ୱାସନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର ରହିବ ନାହିଁ, ଆଗାମୀ ବର୍ଷଗୁଡିକରେ ଏହା କ୍ରମାଗତ ଭାବରେ ବୃଦ୍ଧି ପାଇବ। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ସିଂହ କହିଛନ୍ତି ଯେ ସେ ନିଜେ ଜଣେ କୃଷକଙ୍କ ପୁଅ ହୋଇ ଥିବାରୁ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ଏପରି କିଛି କରିବେ ନାହିଁ ଯାହା ଚାଷୀଙ୍କ ସ୍ୱାର୍ଥରେ ଆସିବ ନାହିଁ।
ସେ କହିଛନ୍ତି, ଯଦି କୌଣସି ସମସ୍ୟା ଥାଏ ତେବେ ସରକାରଙ୍କ ସହ ଆଲୋଚନା କରିବାକୁ ସେ ସମସ୍ତ କୃଷକ ସଂଗଠନକୁ ନିବେଦନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି ଯେ ଭୁଲ ଧାରଣା ଦୂର କରିବା ପାଇଁ ସେ କୃଷକ ସଂଗଠନ ସହ କଥା ହେବା ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ ଦଳ ପକ୍ଷରୁ ଟ୍ରାକ୍ଟର ଜାଳିବା ପ୍ରସଙ୍ଗରେ ସେ ସମାଲୋଚନା କରି କହିଛନ୍ତି ଯେ ଜଣେ ସୈନିକ ପାଇଁ ଅସ୍ତ୍ର ପବିତ୍ର ସେହିଭଳି କୃଷକମାନଙ୍କ ପାଇଁ ଟ୍ରାକ୍ଟର ପବିତ୍ର ଅଟେ। ଟ୍ରାକ୍ଟର ଜାଳି କଂଗ୍ରେସ ଚାଷୀଙ୍କୁ ଅପମାନିତ କରିଛି ବୋଲି ସେ କହିଛନ୍ତି।



