www.samajalive.in
Wednesday, December 10, 2025
26.1 C
Bhubaneswar

କନ୍ଧମାଳ ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

ଫୁଲବାଣୀ: ଉତ୍ତରପ୍ରଦେଶ ହାତରସରେ ଯୁବତୀଙ୍କୁ ନିର୍ମମ ଭାବରେ ବଳାତ୍କାର ଓ ହତ୍ୟା ଘଟଣା ପ୍ରତିବାଦରେ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବକ କନ୍ଧମାଳ ଯୁବ କଂଗ୍ରେସ ପକ୍ଷରୁ ଆଜି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସ୍ଥାନୀୟ ବିଜୁପଟ୍ଟନାୟକ ଛକଠାରେ ପହଞ୍ଚିଥିଲା। ଏଥିରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରାଙ୍କ ସମେତ ଜିଲ୍ଲା କଂଗ୍ରେସର ଘନକୁମାର ଶବର, ହେମନ୍ତ କର, ସଂସାର ଭୋଈ, ଦୁର୍ଯ୍ୟୋଧନ ପଟ୍ଟନାୟକ, ସଞ୍ଜୟ ଭଞ୍ଜ, ବଳଦେବ ବେହେରା, ଅଶୋକ ସାସିନି, ନନ୍ଦକିଶୋର ଦାସ, ଶିବଶଙ୍କର ବେହେରା, ମନିଶ ବେହେରାଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ପୀଡିତାଙ୍କ ତୈଳଚିତ୍ର ଆଗରେ କ୍ୟାଣ୍ଡେଲ ଜାଳି ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

ମଧ୍ୟରାତ୍ରରେ ତାଙ୍କୁ ମୃତ ଘୋଷଣା କରିବାପରେ ତାଙ୍କ ଶବକୁ ଉତ୍ତରପ୍ରଦେଶ ପୁଲିସ ତାଙ୍କ ପରିବାରକୁ ହସ୍ତାନ୍ତର ନ କରି ପ୍ରଶାସନ ଶବକୁ ପୋଡିଦେଇଥିବା ଘଟଣାକୁ ବିରୋଧ କରାଯାଇଛି। ସରକାରଙ୍କର ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନିୟ ବୋଲି ଦଳର ପୁରୁଣା ନେତାମାନେ କହିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ଏହି କାର୍ଯ୍ୟକୁ ବିରୋଧ କରାଯିବା ସହିତ ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରାଯାଇଥିଲା।

- Advertisement -

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories