www.samajalive.in
Sunday, December 7, 2025
13.1 C
Bhubaneswar

‘ମହାନଦୀ ବଞ୍ଚାଅ-ଜୀବିକା ବଞ୍ଚାଅ’ ଅଭିଯାନ ପକ୍ଷରୁ ବିଶ୍ୱ ନଦୀ ଦିବସ ଉପଲକ୍ଷେ ୱେବିନାର୍‍

ରେଙ୍ଗାଲି : ବିଶ୍ୱ ନଦୀ ଦିବସ ଉପଲକ୍ଷେ ରବିବାର ‘ମହାନଦୀ ବଞ୍ଚାଅ-ଜୀବିକା ବଞ୍ଚାଅ’ ଅଭିଯାନ ଏବଂ ଫୋକସ୍‍ ଓଡିଶା ଫାଉଣ୍ଡେସନ୍‍ ପକ୍ଷରୁ ଏକ ୱେବିନାର୍‍ ଅୟୋଜିତ ହୋଇଥିଲା। ନରିଷ୍ଠ ସାମ୍ବାଦିକ ତଥା ଫୋକସ୍‍ ଓଡିଆ ଫାଉଣ୍ଡେସନ୍‍ର ନିର୍ଦ୍ଦେଶକ ସୁଦର୍ଶନ ଛୋଟରାୟଙ୍କ ସଂଯୋଜନା ପରିଚାଳିତ ଏହି ୱେବିନାର୍‍ର ପ୍ରାରମ୍ଭରେ ‘ମହାନଦୀ ବଞ୍ଚାଅ-ଜୀବିକା ବଞ୍ଚାଅ’ ଅଭିଯାନର କର୍ମକର୍ତ୍ତା ଅନନ୍ତ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ୱେବିନାର ଆୟୋଜନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ୱେବିନାରରେ ଯୋଗ ଦେଇ ଥିବା ବିଭିନ୍ନ ରାଜ୍ୟର ସମାଜିକ କର୍ମୀ, ନଦୀ ବଞ୍ଚାଅ ଅଭିଯାନ ସଙ୍ଗଠନର କର୍ମକର୍ତ୍ତା ପରିବେଶବୀତ୍‍, ବୈଜ୍ଞାନିକ, ଗବେଷକ ମାନେ ମହାନଦୀ ସମେତ ଦେଶର ଅନ୍ୟ ବଡ ଏବଂ ଛୋଟ ଛୋଟ ନଦୀ ନାଳ ଗୁଡିକ ଅକାଳ ମୃତ୍ୟୁ ଆଡକୁ ଗତି କରୁଥିବା ନେଇ ଉଦବେଗ ପ୍ରକାଶ କରିଥିଲେ। ସରକାରଙ୍କ  ରାଷ୍ଟ୍ରୀୟ ଜଳ ନୀତି ଅଛି କିନ୍ତୁ ରାଷ୍ଟ୍ରୀୟ ନଦୀ ନୀତି ନଥିବାରୁ ବକ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ। ଭାରତ ଏକ ନଦୀ ବହୁଳ ଦେଶ ସମାଜିକ ଏବଂ ସଂସ୍କୃତି ତଥା ଜୀନ ଜୀବିକା ସହିତ ନଦୀ ଓତଃପ୍ରୋତ ଭାରେ ଜଡିତ ଥିବାରୁ ସରକାର ସ୍ୱତନ୍ତ୍ର ଭାବେ ରାଷ୍ଟ୍ରୀୟ ନଦୀ ନୀତି ପ୍ରଣୟନ କରି ନଦୀର ସୁରକ୍ଷା କରିବା ଉଚିତ ବୋଲି ବକ୍ତା ମନେ ମତପ୍ରକାଶ କରିଥିଲେ। ନଦୀ ଉପରେ ହେଉଥିବା ଅତିକ୍ରମଣ, ନଦୀରେ କଳକାରଖାନାର ବିଷାକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ପ୍ରକ୍ରିୟା ନଦୀକୁ ଅକାଳ ମୃତ୍ୟୁ ଆଡକୁ ଠେଲି ଦେଉଛି ବୋଲି ବିଭିନ୍ନ ବକ୍ତା ମତ ଦେଇଥିଲେ। ନବ ଉଦାରବାଦ,ପୁଞ୍ଜିବାଦୀ ଅର୍ଥନୀତି ଅନ୍ଧ ଶିଳ୍ପାୟନ ଯୋଗୁଁ ନଦୀ ଗୁଡିକର ସ୍ଥିତି ଏବଂ ନଦୀ ଉପରେ ନିର୍ଭର କରି ନଜୀବନ ଜୀବିକା ନିର୍ବାହ କରୁଥିବା ଅଗଣିତ ଲୋକଙ୍କ ସ୍ଥତି ବିପନ୍ନ ହେବାରେ ଲାଗିଛି। ନଦୀର ଜଳ କୃଷି କ୍ଷେତ୍ରରେ ବିନିଯୋଗ ହେବାର ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଇ ଆଖିବୁଜା ଭାବରେ ଶିଳ୍ପ ସଂସ୍ଥା ମାନଙ୍କ ନଦୀର ପାଣି ନେବାକୁ ଅନୁମତି ଦେବା ଦ୍ୱାରା ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଭିନ୍ନ ନଦୀ ଏବଂ ନଦୀବନ୍ଧ ଯୋଜନାର ଜଳଭଣ୍ଡାର ପାଣି ନେଉଥିବା ଶିଳ୍ପ ସଂସ୍ଥା ଉପରେ ଜଳକର ବାବଦରେ କୋଟି କୋଟି ଟଙ୍କା ବାକି ରହିଥିଲେ ମଧ୍ୟ ସରକାର ଟଙ୍କା ଅସୁଲ ନକରି ହାତ ବାନ୍ଧି ବସିବା ଦୁର୍ଭାଗ୍ୟର ବିଷୟ ବୋଲି ମଧ୍ୟ ମତପ୍ରକାଶ ପାଇଥିଲା। ନଦୀ ସହିତ ମଣିଷର ସମାଜିକ ଏବଂ ସାଂସ୍କୃତିକ ତଥା ଜୀବନ ଜୀବିକାର ସମ୍ପର୍କ ଥିବାରୁ ନଦୀ ବିବାଦର ସମଧାନ ରାଜନୈତକ ସ୍ତରରେ କରା ନଯାଇ ସମାଜିକ ସ୍ତରରେ କରାଯିବା ଉଚିତ ବୋଲି ୱେବିନାରରେ ମତ ପ୍ରକାଶ ପାଇଥିଲା।
ଏହି ୱେବିନାରରେ ଆଆଇଏମ୍‍ ବାଙ୍ଗାଲୋରର ଅବସରପ୍ରାପ୍ତ ପ୍ରଫେସର ସ୍ତମ୍ଭକାର ଭାରତ ଝୁନ୍‍ଝୁନ୍‍ୱାଲା,ସାଉଥ ଏସିଆଏନ୍‍ ନ୍ୟୁୟର୍କ ଡ୍ୟାମ୍‍ (ସନଡ୍ରାପ୍‍)ର ଆବାହକ ହିମାଂଶୁ ଠକ୍କର,ଗବେଷକ ସୃଷ୍ଟି ବାଜପେୟୀ, ନଦୀ ବୈଜ୍ଞାନିକ ତଥା ପରିବେଶବୀତ୍‍ ସୁପ୍ରତିମ କର୍ମକାର,ସାମାଜିକ କର୍ମୀ ଜାଗୃତି ରାହ,ବିଜାରର ସମାଜିକ କର୍ମୀ ଅଶୋକ ଭଗତ, ଛତିଶଗଡର ଟ୍ରେଡୟୁନିୟନ ନେତା ଗଣେଶ କୁଶବାହା, ବୋକାରୋ ଝାଡଖଣ୍ଡ ନଦୀ ବଞ୍ଚାଅ ଅଭିଯାନର କର୍ମୀ ପ୍ରୀତି ରଞ୍ଜନ, ଛତିଶଗଡର ସମାଜିକ କର୍ମୀ ରଘୁବୀର ପ୍ରଧାନ, ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନର କାର୍ଯ୍ୟକର୍ତ୍ତା ଶିଶିର ହୁଇ ପ୍ରମୁଖ ଏହି ୱେବିନାରରେ ଅଂଶ ଗ୍ରହଣ କରି ବକ୍ତବ୍ୟ ରଖିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories