www.samajalive.in
Wednesday, December 10, 2025
18.1 C
Bhubaneswar

ଡ୍ରଗ୍ସ ଚାଟକୁ ଦୀପିକାଙ୍କ ସ୍ବୀକାରୋକ୍ତି

ମୁମ୍ବଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସାମ୍ନାରେ ଅଭିନେତ୍ରୀ ଦୀପିକା ପାଦୁକନଙ୍କ ବଡ ସ୍ବୀକାରୋକ୍ତି। କରିସ୍ମାଙ୍କ ସହ କରିଥିବା ଡ୍ରଗ୍ସ ଚାଟକୁ ଦୀପିକା ମାନିନେଇଛନ୍ତି।  ୨୧୦୧୭ରେ ‘ହେସ’ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ। ପରେ ମ୍ୟାନେଜର କରିସ୍ମା ଏହାର ଜବାବରେ କହିଥିଲେ ଯେ କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବେ ବୋଲି। ପଦ୍ମାବତ ଫିଲ୍ମ ପରେ ମୁମ୍ବାଇ କୋକୋ ରେଷ୍ଟୁରାଣ୍ଟରେ ଡ୍ରଗ୍ସ ପାର୍ଟି ହୋଇଥିଲା ବୋଲି ଦୀପିକା କହିଛନ୍ତି।

ସୂଚନା ଅନୁଯାୟୀ, ଦିନ ୧୦ଟାରୁ ଦୀପିକାଙ୍କୁ ଜେରା କରୁଛି ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଡ୍ରଗ୍ସ ଚାଟ ନେଇ ଦୀପିକାଙ୍କ ଉତ୍ତରରେ ଏନସିବି ସନ୍ତୁଷ୍ଟ ନ ଥିବା ସୂଚନା ମିଳିଛି। ମ୍ୟାନେଜର କରିସ୍ମା ଓ ଦୀପିକାଙ୍କୁ ମୁହାଁମୁହିଁ ବସାଇ ପଚରଉଚରା କରୁଛି ଏନସିବି ଏସଆଇଟିର ୫ ଜଣିଆ ଟିମ । ଅନ୍ୟପକ୍ଷରେ ଏନସିବି ଅଫିସ୍‌ରେ  ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍ ପହଞ୍ଚିଛନ୍ତି। ଏନସିବି ସମନ ପାଇଥିବା ସାରା ଅଲ୍ଲି ଖାନ ମଧ୍ୟ ଜେରା ପାଇଁ ହାଜର ହୋଇଛନ୍ତି।

- Advertisement -

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ଆରମ୍ଭ ପରେ ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ତଦନ୍ତ ଜୋରସୋର ଭାବେ ଜାରି ରହିଛି। ସମ୍ପୃକ୍ତ ଘଟଣାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯିବା ପରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ନାମ ସାମ୍ନାକୁ ଆସିଥିଲା। ରାକୁଲପ୍ରୀତ, ଦିପୀକା ପାଦୁକନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନଙ୍କୁ ଏନସିବି ପକ୍ଷରୁ ସମନ ପଠାଯାଇଥିଲା। ପରେ ଆଜି ଏନସିବି କାର୍ଯ୍ୟାଳୟରେ ଦିପୀକା ପାଦୁକନ ହାଜର ହୋଇଥିଲେ। କରିଶ୍ମା ପ୍ରକାଶଙ୍କୁ ମଧ୍ୟ ପଚରାଉଚରା କରାଯିବ। କିଛି ସମୟ ମଧ୍ୟରେ ତାଙ୍କୁ ପଚରାଉଚରା ଆରମ୍ଭ କରାଯିବ। ଗତକାଲି ରାକୁଲପ୍ରୀତଙ୍କୁ ଦୀର୍ଘ ୭ ଘଣ୍ଟା ଧରି ଜେରା କରାଯାଇଥିଲା ବୋଲି ଜଣାପଡିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories