www.samajalive.in
Thursday, December 11, 2025
27.1 C
Bhubaneswar

ଆରୋଗ୍ୟ ହାର ୮୧.୫୫ % – ଦେଶରେ କମୁଛି କରୋନା ସଂକ୍ରମଣ

ଦେଶରେ କୋଭିଡ ଆରୋଗ୍ୟ ହାର ୮୧ ଦଶମିକ ୫/୫ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ଭିତରେ ୮୭ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଆରୋଗ୍ୟ ଲାଭ କରଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ମୋଟ୍‍ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୪୬ ଲକ୍ଷ ୭୪ ହଜାରକୁ ଅତିକ୍ରମ କରିଛି। କ୍ରମାଗତ ଭାବେ କୋଭିଡ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ସହିତ ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି ଓ ମୋଟ୍‍ ସଂକ୍ରମଣର ଏହା ୧୬ ଦଶମିକ ୮/୬ ପ୍ରତିଶତ ରହିଛି।

ଦେଶରେ କୋଭିଡ ସଂକ୍ରମଣ ୫୭ ଲକ୍ଷକୁ ଅତିକ୍ରମ କରିଯାଇଛି। ଗତ ୨୪ଘଣ୍ଟା ଭିତରେ ଆଉ ୮୬ ହଜାର ୫୦୮ ଜଣ ନୂଆ ଲୋକ ସଂକ୍ରମିତ ହୋଇଛନ୍ତି। ଦେଶରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ୯ ଲକ୍ଷ ୬୬ ହଜାର ରହିଛି। କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି। ଦେଶରେ କୋଭିଡ ମୃତ୍ୟୁହାର ୧ ଦଶମିକ ୫୯ ପ୍ରତିଶତ ରହିଛି ଯାହା ବିଶ୍ୱର ହାରାହାରି କୋଭିଡ ମୃତ୍ୟୁହାରଠାରୁ ବହୁତ୍‍ କମ୍‍।

- Advertisement -

ଗତ ୨୪ ଘଣ୍ଟା ଭିତରେ ଆଉ ୧ ହଜାର ୧୨୯ ଜଣ ମୃତ୍ୟୁବରଣ କରିବାରୁ କୋଭିଡ ମୃତ୍ୟୁ ସଂଖ୍ୟା ୯୧ ହଜାର ୧୪୯ରେ ପହଞ୍ଚିଛି। ଦେଶରେ ଗତ ୨୪ ଘଣ୍ଟା ଭିତରେ ୧୧ ଲକ୍ଷ ୫୬ ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଇଛି। ଏଥି ସହିତ ଏପର୍ଯ୍ୟନ୍ତ ମୋଟ୍‍ ୬ କୋଟି ୭୪ ଲକ୍ଷରୁ ଅଧିକ ନମୂନା ପରୀକ୍ଷା କରାଯାଇ ସାରିଲାଣି। ଦେଶରେ ମୋଟ୍‍ ୧ ହଜାର ୮୧୦ଟି ପରୀକ୍ଷାଗାରରେ ନମୂନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ ୧ ହଜାର ୮୨ଟି ସରକାରୀ ପରୀକ୍ଷାଗାର ଓ ୭୨୮ଟି ବେସରକାରୀ ପରୀକ୍ଷାଗାର ରହିଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories