www.samajalive.in
Monday, December 8, 2025
27.1 C
Bhubaneswar

ବଲେରୋ ସହ ଲକ୍ଷାଧିକ ଟଙ୍କାର କାଠ ଜବତ

କେନ୍ଦୁଝର : ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜରେ ବୁଧବାର ରାତିରେ ବନବିଭାଗ ଚଢାଉ କରି ଗୋଟିଏ ବଲେରୋ ଗାଡି ସହ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ, ୨୩ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଏକ ବଲେରୋ ଗାଡିରେ ଚୋରା କାଠ ଯାଉଥିବା ସୂଚନା ପାଇ କାଦକଳାରୁ ବାଂଶପାଳ ରାସ୍ତାରେ ଏକ ସ୍କ୍ୱାର୍ଡ ଟିମ ଗାଡିଟିକୁ ଗୋଡାଇଥିଲା। ଚୋରା ବଲେରୋ ଗାଡି ବନବିଭାଗର ପେଟ୍ରୋଲିଂ ସମୟରେ ବିଜାଗୋଠ ନିକଟ ଏକ ପୋଲ ପାଖରେ ଗାଡିର ଡ୍ରାଇଭର ଗାଡି ଛାଡି ଫେରାର୍‍ ହୋଇ ଯାଇଥିଲା। ବନ ବିଭାଗ ବଲେରୋ ଗାଡି ଜବତ୍‍ ସହ ୩୦ ପିସ ଶାଳ ଚଉକାଠ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ବଣେଇ ସୀମାନ୍ତରୁ ନିୟମିତ ଭାବେ କାଠ ମାଫିଆମାନେ ବାଂଶପାଳ-ଶୁଆକାଟୀ ଦେଇ କେନ୍ଦୁଝରକୁ ଶାଳ କାଠ ଚୋରା ଚାଲାଣ କରୁଥିବାବେଳେ ଏହି ରାସ୍ତାରେ ପେଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories