www.samajalive.in
Monday, December 8, 2025
27.1 C
Bhubaneswar

ବିଷିଷ୍ଟ କ୍ରୀଡାବିତ ନାଟ୍ୟ ନିର୍ଦ୍ଧେଶକ ତଥା ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ଦେହାନ୍ତ

ବାଲିଗୁଡା : ବାଲିଗୁଡା ପୂର୍ବତନ କ୍ରୀଡାବିତ, ନାଟ୍ୟ ନିର୍ଦ୍ଦେଶକ, ବରିଷ୍ଠ ବିଜେପି ନେତା ଓ ଉପଖଣ୍ଡ କ୍ରୀଡାସଂଘର ଉପଦେଷ୍ଟା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ(୬୫) କୋଭିଡ ହସପିଟାଲରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ସମଗ୍ର ବାଲିଗୁଡା ଉପଖଣ୍ଡରେ ଶୋକର ଛାୟା ଖେଳି ଯାଇଛି। ଗତ କିଛି ଦିନ ହେବ ସେ ଶରୀର ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାପରେ ତାଙ୍କର କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଏକମାତ୍ର ପୁଅ ବି ଶ୍ରୀକାନ୍ତ ଓ ଅନ୍ୟମାନେ ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କର ଉପସ୍ଥିତିରେ ଶେଷକୃତ ସଂପର୍ଣ୍ଣ କରାଯାଇଥିଲା। ସ୍ୱର୍ଗତ ବି ସୁବାଷ ଚନ୍ଦ୍ର ପାତ୍ରଙ୍କୁ ଲୋକେ ସ୍ନେହରେ ବାବୁଲୀ ଆନ୍ନା ବୋଲି ଡାକୁଥିଲେ ଓ ସେ ଜଣେ ମେଳାପି ଥିଲେ। ସ୍ୱର୍ଗତ ପାତ୍ର ବହୁଦିନ ଧରି ବାଲିଗୁଡାର ଉପଖଣ୍ଡ କ୍ରୀଡା ସଂଘର ଉପଦେଷ୍ଟା ରହିଆସିଥିଲେ। ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିଭଳି କଳାକାର ସଂଘ ବାଲିଗୁଡା ବିଜେପି ପରିବାର ଓ ଅନ୍ୟ ସଂଗଠନମାନେ ବି ଗଭୀର ଶୋକ ପ୍ରକାଶ କରିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories