www.samajalive.in
Wednesday, December 10, 2025
18.1 C
Bhubaneswar

ବିହାରରେ ସେପ୍ଟେମ୍ବର ୨୮ରୁ ଖୋଲିବ ସ୍କୁଲ

ପାଟନା : କରୋନା ଭୂତାଣୁ ମହାମାରୀ ସାରା ବିଶ୍ଵକୁ କବଳିତ କରିଛି। ଏଥିରୁ ଭାରତ ମଧ୍ୟ ବାଦ୍ ପଡ଼ିନାହିଁ। ଭାରତରେ ଦିନମୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତର ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି । ତେବେ ଏହି ସମୟରେ ଏକ ରାଜ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିବାର ଖବର ସାମ୍ନାକୁ ଆସିଛି। ବିହାରରେ ସେପ୍ଟେମ୍ବର ୨୮ରୁ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ପିଲାମାନେ ସପ୍ତାହରେ ୨ ଦିନ ସ୍କୁଲ ଆସିବେ। ଏହି ସମୟରେ ୫୦ ପ୍ରତିଶତ ଶିକ୍ଷକ ଓ ସ୍କୁଲ କର୍ମଚାରୀ ବିଦ୍ୟାଳୟକୁ ଆସିବେ। ଏହି ନିୟମ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଲାଗୁ କରାଯାଇଛି।

ଆହୁରି ମଧ୍ୟ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ହିଁ ବିଦ୍ୟାଳୟରେ ଅଧ୍ୟୟନ କରିବେ । ମାତ୍ର କରୋନା ଗାଇଡଲାଇନ୍ ମାନି ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ହେବ। 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories